ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବିଜ୍ଞାନ ମେଳା

ବେତନଟୀ (ଓ୍ବାଇଏନଏସ): ବେତନଟୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶିଶୁ ଜ୍ଞାନ ବିଜ୍ଞାନ ମେଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଜ୍ଞାନ ବିଜ୍ଞାନ ମେଳା କୁ ସ୍କୁଲ କମିଟିର ସଭାପତି ସତୀଶ କୁମାର ସାହୁ ଉଦଘାଟନ କରିଥିଲେ ଏବଂ ସ୍କୁଲ କମିଟିର ସଂପାଦକ ପ୍ରକାଶ  ବେହେରା ଶିଶୁ ଭାଇ ଭଉଣୀ ମାନେ ବିଜ୍ଞାନର ଜୟ ଯାତ୍ରାରେ ସାମିଲ ହୋଇ ଜଣେ ଜଣେ ଶ୍ରେଷ୍ଠ ବୈଜ୍ଞାନିକ ହୋଇ ଦେଶର ଟେକ ରଖିବାକୁ ଆହ୍ୱାନ ଦେଇଥିଲେ। ଏହି ଶିଶୁ ମନ୍ଦିରର ଅଧ୍ୟକ୍ଷ ତଥା ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀଧର ବାରିକ ଜ୍ଞାନ ବିଜ୍ଞାନ ମେଳା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଶିଶୁ ବର୍ଗ, ବାଲ ବର୍ଗ ଏବଂ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ମୋଟ ୪୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି I ମୁଖ୍ୟ ଅତିଥି ଭାବେ ସାଧନ କର୍ମୀ ଗୌରହରି ପଣ୍ଡିତ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ସ୍କୁଲ ପରିଚାଳନା ସମିତିର ସଦସ୍ୟ ଅଞ୍ଜନ କୁମାର ଜେନା ଓ ସଦସ୍ୟା ରଞ୍ଜିତା କର ପ୍ରମୁଖ ସହଯୋଗ କରିଥିଲେ। ଏହି ବିଜ୍ଞାନ ମେଳାରେ ପ୍ରଦର୍ଶିତ ପ୍ରକଳ୍ପ ର ବିଚାରକ ଭାବେ ସ୍ଥାନୀୟ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିରୋଜ କୁମାର ମହାନ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀ ରାଜଶ୍ରୀ ସିଂ, ସ୍ଥାନୀୟ ସେବାଶ୍ରମ ଯୋଗୀନୂଆ ଗାଁ ସ୍କୁଲର ଶିକ୍ଷକ ସମ୍ବିତ କୁମାର ପାତ୍ର ପ୍ରମୁଖ ପ୍ରକଳ୍ପ ଚୟନ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରିଥିଲେ । ଏହା ସହିତ ସମ୍ମାନିତ ଅତିଥି ଭାବେ ବୈଦ୍ୟପୁର ଉପ୍ରା ବିଦ୍ୟାଳୟର ଶିକ୍ଷକ ରତିକାନ୍ତ ବେହେରା ବିଜ୍ଞାନ ସଂପର୍କରେ ନୂତନ ତଥ୍ୟ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବ ରେ ଶିଶୁ ମନ୍ଦିରର ଆଚାର୍ଯ୍ୟା ଅଞ୍ଜଳି ଚୌଧୁରୀ ଶିଶୁ ଜ୍ଞାନ ବିଜ୍ଞାନ ମେଳାର ସଫଳତା ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ସେବକ ସେବିକା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ