ଚୋରାମଦ ଜବତ, ୩ ମହିଳାଙ୍କ ସମେତ ୧୩କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ାର ଜିଲ୍ଲାର ଆଳି, ଡେରାବିଶ, ରାଜକନିକା, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, କେନ୍ଦ୍ରାପଡ଼ା ଟାଉନ ଓ କୁଦାନଗରୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ କଜଳବନ୍ଧ ଗ୍ରାମର ବିକାଶ ମଳିକ(୩୨)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ପୋଖରିଆପଡ଼ା ଗ୍ରାମର ସନାତନ ମଳିକ(୪୫)ଙ୍କ ଠାରୁ ୧୬ ଲିଟର ବିଦେଶୀ ମଦ, ନିତନପୁର ଗ୍ରାମର ପ୍ରଶାନ୍ତ ପ୍ରଧାନ(୨୫)ଙ୍କ ଠାରୁ ୩୮ ଲିଟର ରନ୍ଧା ଦେଶୀ ମଦ, ପ୍ରଭାକରପୁର ଗ୍ରାମର ବାସନ୍ତୀ ମଣ୍ଡଳ(୩୫)ଙ୍କ ଠାରୁ ୫୨୦ ଲିଟର ଗୁଡ ପୋଚ, ପ୍ରକାଶ ଖିଲର(୪୧)ଙ୍କ ଠାରୁ ୩୯୦ ଲିଟର ଗୁଡପୋଚ ଓ ସୁକାନ୍ତି ମାରଣ୍ଡୀ(୩୫)ଙ୍କ ଠାରୁ ୪୨୫ ଲିଟର ଗୁଡ ପୋଚ, ପଞ୍ଚନପଡା ଗ୍ରାମର ଅକ୍ଷଜ ଜେନା(୪୨)ଙ୍କ ଠାରୁ ୨୨ ଲିଟର ବିଦେଶୀ ମଦ, ସାନଙ୍କ ଗ୍ରାମର ରବୀନ୍ଦ୍ର ନାଥ(୪୩)ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, ବାହମଣ୍ଡ ଗ୍ରାମର ଅନୁଜ ନାୟକ(୫୩)ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଓ ଅମିୟ କୁମାର ବିଶ୍ୱାଳ(୪୬)ଙ୍କ ଠାରୁ ୩୩ ଲିଟର ବିଦେଶୀ ମଦ, ପଧାନ ପଟକିରା ଗ୍ରାମର ବୈକୁଣ୍ଠ ମଳିକ(୪୫)ଙ୍କ ଠାରୁ ୧୯ ଲିଟର ଦେଶୀ ରନ୍ଧା ମଦ, ବିନ୍ଧସହି ଗ୍ରାମର ଗୌତମ ପ୍ରଧାନ(୫୦) ଙ୍କ ଠାରୁ ୨୪ ଲିଟର ବିଦେଶୀ ମଦ ଓ ବଡହଟ ଗ୍ରାମର କୁମୁଡୁଣୀ ମହାରଣା(୪୧)ଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୫୭୬ଲିଟର ଚୋରା ବିଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୩ ମହିଳାଙ୍କ ସମେତ ୧୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ଛାୟାକାନ୍ତ ନାୟକ, ସୁଶ୍ରୀ କଳ୍ପନା ରାଉତ, ସହକାରୀ ଉପନିରୀକ୍ଷକ ଜଗନ୍ନାଥ ବେଶ୍ରା, ସୁନିଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


