ଖ୍ରୀଷ୍ଟିଧର୍ମ ପ୍ରଚାରକ ଓ ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତା ମୁହାଁମୁହିଁ

 ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଧର୍ମାନ୍ତିକରଣ ଓ ହିନ୍ଦୁଧର୍ମର ଅପପ୍ରଚାର କରି କିଛି ଖ୍ରୀଷ୍ଟିଆନ ସାମ୍ପ୍ରଦାୟ ଲୋକେ ମାଇକ ଯୋଗେ ପ୍ରଚାର କରୁଥିବା ସମୟରେ ସ୍ଥାନୀୟ ଗୋଲା ସହି ନିକଟରେ ବିଶ୍ଵହିନ୍ଦୁ ପରିଷଦର କର୍ମକର୍ତାମାନେ ବିରୋଧ କରିଛନ୍ତି. ଯାହାକୁ ନେଇ ଖ୍ରୀଷ୍ଟିଆନ ପ୍ରଚାରକ ଗୋଷ୍ଠୀ ଓ ବିଶ୍ଵହିନ୍ଦୁ କର୍ମକର୍ତା ମୁହାଁମୁହିଁ ହୋଇଥିଲେ. ଏହାପରେ ଘଟଣା ସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରଳା ପୋଲିସ ଘଟଣା ସ୍ଥଳେ ପହଁଚିଥିଲେ. ସେହି ପ୍ରଚାରଙ୍କ ମାଇକ ପ୍ରଚାର ବନ୍ଦ କରି ପୋଲିସ 5 ଜଣ ପ୍ରଚାରକଙ୍କୁ ପାରଳାଖେମୁଣ୍ଡି ଥାନକୁ ଆଣିଥିଲେ. ଏହାପରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଥାନାକୁ ଆସି ଧର୍ମାନ୍ତିକରଣ ସହ ହିନ୍ଦୁ ଧର୍ମର ଅପପ୍ରଚାର କରୁଥିବା ନେଇ ଲିଖିତ ଅଭିଯୋଗ କରିଥିଲେ. ପରେ ପୋଲିସ ଏମାନଙ୍କୁ କିଛି ଘଣ୍ଟା    ଅଟକ ରଖି ଉତେଜନା ହ୍ରାସ ପାଇବା ପରେ ଅଟକ ଥିବା 5 ଜଣଙ୍କୁ ପୋଲିସ ପିଆର ବଣ୍ଡରେ ଛାଡିଥିବା ସହ ତଦନ୍ତ ଜାରି ରଖିଥିବା ପାରଳା ଆଇଆଇସି ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି. ଘଟଣା ନେଇ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ କୁହାଯାଇଛିଯେ, ସେମାନେ  ନିଜ ଧର୍ମର ପ୍ରଚାର କରନ୍ତୁ ସେଥିରେ କୌଣସି ଆସୁବିଧା ନାହିଁ କିନ୍ତୁ ହିନ୍ଦୁ ଧର୍ମର ଅପପ୍ରଚାର କଦାପି ବରଦାସ୍ତ କରାଯିବ ନାହିଁ. ଏଭଳି କାର୍ଯ୍ୟକଳାପ ନେଇ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ