ନିର୍ମଳା କନଭେଣ୍ଟ ସ୍କୁଲରେ ସିଆଇଏସ୍ସିଇ ଗେମସ୍ ଏବଂ ସ୍ପୋଟର୍ସ ଅନୁଷ୍ଠିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସହର ମାଇନିଂ ରୋଡସ୍ଥିତ ନିର୍ମଳା କନଭେଣ୍ଟ ସ୍କୁଲରେ ରିଜିଓନାଲ ସ୍ତରରେ ଖୋ-ଖୋ ଓ ତାଇକୋଣ୍ଡ ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖେଳରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଡିଏଫ୍ଓ ଧନରାଜ ଏଚ୍ଡି ଯୋଗଦାନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏଥିରେ ବାଲେଶ୍ୱର,ବ୍ରହ୍ମପୁର,ଝାରସୁଗୁଡା,ବଲାଙ୍ଗିର,କଟକ ଓ ରାଉରକେଲା ଆଦି ୬ଟି ଜୋନରୁ ପ୍ରାୟ ୨୨୮ ଜଣ ଖେଳାଳୀ ଯୋଗଦାନ କରିଥିଲେ । ୧୪ ବର୍ଷରୁ କମ୍,୧୭ ବର୍ଷରୁ କମ୍,୧୯ ବର୍ଷରୁ କମ୍ ଏହିପରି ୩ଟି ବର୍ଗରେ ଖେଳାଳୀମାନେ ସେମାନଙ୍କର ଖେଳ ପ୍ରଦର୍ଶନ କରିଥିଲେ । ରିଜିଓନାଲ ହେଡ୍ ସିଷ୍ଟର ଡ଼ ଯସମେରିଆ ଙ୍କ ତତ୍ତ୍ୱାବଧାନରେ ଏବଂ ନିର୍ମଳା କନଭେଣ୍ଟ ସ୍କୁଲର ପ୍ରିନ୍ସପାଲ ସିଷ୍ଟର ମେରିଏଟ୍ ଓ ଭାଇସ୍ ପ୍ରିନ୍ସପାଲ ସିଷ୍ଟର ଟେସନ୍ ଙ୍କ ସହଯୋଗରେ ଖୁବ୍ ଶୃଙ୍ଖଳାର ସହିତ ଖେଳଗୁଡିକ ସଂପନ୍ନ ହୋଇଥିଲା । ଖେଳ ପ୍ରାରମ୍ଭରେ ନିର୍ମଳା କନଭେଣ୍ଟ ସ୍କୁଲର କୁନି କୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଉଦ୍ୟାପନୀ କାର୍ଯ୍ୟକ୍ରମରେ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ଯୋଗ ଦେଇଥିଲେ ଏବଂ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସାନ୍ଧ୍ୟ ଅଧିବେଶନ ଆରମ୍ଭ ହୋଇଥିଲା । ସ୍କୁଲର ପ୍ରିନ୍ସପାଲ ସିଷ୍ଟର ମେରିଏଟ୍ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ନିର୍ମଳା କନଭେଣ୍ଟ ସ୍କୁଲ ଉକ୍ତ କାର୍ଯ୍ୟକ୍ରମଟିକୁ ଖୁବ୍ ସୁନ୍ଦର ଭାବରେ ଆୟୋଜିତ କରିଥିଲା । ଏଥିରେ ୧୪ ଜଣ ରେଫରୀ,କୋଚ୍,ନିର୍ମଳା କନଭେଣ୍ଟ ସ୍କୁଲର ଖେଳ ଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ଖୁବ୍ ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇଥିଲା । ୧୯ ବର୍ଷରୁ କମ୍ ବର୍ଗରେ ବାଲେଶ୍ୱର ଜୋନ୍ ଚମ୍ପିଆନ୍ ହୋଇଥିବାବେଳେ ରାଉରକେଲା ଜୋନ୍ ପ୍ରଥମ ରନର୍ସଅପ୍ ହୋଇଥିଲା । ସେହିପରି ୧୭ ବର୍ଷରୁ କମ୍ ବର୍ଗରେ ବାଲେଶ୍ୱର ଜୋନ୍ ଚମ୍ପିଆନ୍,ବ୍ରହ୍ମପୁର ଜୋନ୍ ପ୍ରଥମ ରନର୍ସଅପ୍ ଓ କଟକ ଜୋନ୍ ଦ୍ୱିତୀୟ ରନର୍ସଅପ୍ ହୋଇଥିଲା । ୧୪ ବର୍ଷରୁ କମ୍ ବର୍ଗରେ ବାଲେଶ୍ୱର ଜୋନ୍ ଚମ୍ପିଆନ୍,ବ୍ରହ୍ମପୁର ଜୋନ୍ ପ୍ରଥମ ରନର୍ସଅପ୍ ଓ ବଲାଙ୍ଗିର ଜୋନ୍ ଦ୍ୱିତୀୟ ରନର୍ସଅପ୍ ହୋଇଥିଲା । ତାଇକୋଣ୍ଡ ପ୍ରତିଯୋଗିତାରେ ବାଲେଶ୍ୱର ଜୋନ୍ ୮ଟି ପଦକ ହାସଲ କରିଥିବା ଜଣାପଡିଛି ।