ଅବସର ପରେ ବି ଯୁଦ୍ଧରେ ସାମିଲ୍ ହେବାକୁ ଆଗ୍ରହୀ ସିଆଇଏସ୍ଏଫ୍ ଯବାନ୍ ଦେବେନ୍ଦ୍ର
ଆସିକା (ୱାଇଏନ୍ଏସ୍) : ଯଦି ଡାକରା ପଡେ ନିଶ୍ଚିତ ଭାବେ ଯୁଦ୍ଧରେ ସାମିଲ୍ ହେବାକୁ ଆଗ୍ରହୀ ଅଛନ୍ତି ଅବସରପ୍ରାପ୍ତ ସିଆଇଏସ୍ଏଫ୍ (କେନ୍ଦ୍ରୀୟ ଉଦ୍ୟୋଗୀ ସୁରକ୍ଷା ବଳ) ଯବାନ୍ ଦେବେନ୍ଦ୍ର ବେହେରା । ଆସିକା ଏନ୍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଆର୍ବନ ରୋଡର ବାସିନ୍ଦା ସିଆଇଏସ୍ଏଫ୍ ଯବାନ୍ ଦେବେନ୍ଦ୍ର ବେହେରାଙ୍କୁ ୬୧ ବର୍ଷ ଛୁଇଁଲାଣି । ହେଲେ ଯୁଦ୍ଧ ନାଁ ଶୁଣିଲେ ଏବେ ବି ସେ ସକ୍ରିୟ ହୋଇପଡୁଥିବା ଦେଖିବାକୁ ମିଳୁଛି । ଆଉ ବିଶେଷ କରି ଗତ କିଛି ଦିନ ତଳେ ହୋଇଥିବା ଭାରତ ପାକିସ୍ଥାନ ଯୁଦ୍ଧ ତାଙ୍କ ଅଥୟ କରିପକାଇଥିଲା । ଆଉ ପଚାରିଲେ କୁହନ୍ତି ନାଓ ଆଇ ଏମ୍ ରେଡି ଟୁ ପାର୍ଟିସିମେଣ୍ଟ ଇନ୍ ୱାର୍ । ଆସିକା ଏନ୍ଏସି ଅଧୀନସ୍ଥ ଆର୍ବନ ବ୍ୟାଙ୍କ ରୋଡର ଦେବେନ୍ଦ୍ର ବେହେରା ୧୯୮୫ ମସିହା ଫେବୃୟାରୀ ମାସ ୨୮ ତାରିଖରେ ନିଜ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ସିଆଇଏସ୍ଏଫ୍ ଯବାନ୍ ରୂପେ ଭାରତର ଦିଲ୍ଲୀ, ହାଇଦ୍ରାବାଦ୍, ଝାଡଖଣ୍ଡ ସମେତ ବିଭିନ୍ନ ଅଞ୍ଚଳରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ ସଂପାଦନ କରି ଗତ ୨୦୨୪ ମସିହା ମେ ମାସରେ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିଲେ । ଅବସରପ୍ରାପ୍ତ ସିଆଇଏସ୍ଏଫ୍ ଯବାନ୍ ଦେବେନ୍ଦ୍ର ବେହେରା ଏବେ ବି ଦେଶମାତୃକାର ସେବା କରିବା ଲାଗି ଡାକରା ପଡିଲେ ଯୁଦ୍ଧକୁ ଯିବା ପାଇଁ ଆଗ୍ରହୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ପହଲ୍ଗାମ୍ ଆକ୍ରମଣ ପରେ ଭାରତ-ପାକିସ୍ଥାନ ଭିତରେ ସ୍ଥିତି ଗମ୍ଭୀର ହୋଇଥିଲା । ଭାରତୀୟ ସେନାଙ୍କ ଅପରେସନ୍ ସିନ୍ଦୂର ପରେ ଉଭୟ ଦେଶ ଭିତରେ ଆକ୍ରମଣ ପ୍ରତିଆକ୍ରମଣ ବଢିଚାଲିଥିଲା । ତେବେ ଯୁଦ୍ଧ ବିରତି ଘୋଷଣା ପରେ ତାହା ବନ୍ଦ ରହିଥିବା ଜଣାପଡିଛି । ଭାରତୀୟ ସେନାର ଅପରେସନ୍ ସିନ୍ଦୂର ସଫଳ ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତର ବୀର ସେନା । ସାହସ ଓ ବୀରତ୍ୱର ପ୍ରମାଣ ଦେଖାଇ ଭାରତୀୟ ସେନା ଅପରେସନ୍ ସିନ୍ଦୂରରେ ସଫଳ ହୋଇଥିଲା ବେଳେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାଙ୍କ ଅପରେସନ୍ ସିନ୍ଦୂରରେ ସାମିଲ୍ ହୋଇଥିବା ତିନି ସଶସ୍ତ୍ର ବାହିନୀ ଓ ଅର୍ଦ୍ଧସାମରିକ ବଳର ଯବାନ୍ ମାନଙ୍କ ସଶସ୍ତ୍ର ପରାକ୍ରମ ଓ ବୀରତ୍ୱକୁ ଅବସରପ୍ରାପ୍ତ ସିଆଇଏସ୍ଏଫ୍ ଯବାନ୍ ଦେବେନ୍ଦ୍ର ବେହେରା ସମ୍ମାନ ଜଣାଇଥିବା ଲକ୍ଷ୍ୟ କରାଯାଇଛି । ଦେଶମାତୃକାର ସେବା ପାଇଁ ପ୍ରତ୍ୟେକ ପରିବାରରୁ ଜଣେ ବ୍ୟକ୍ତି ସେନାରେ ସାମିଲ୍ ହେବାକୁ ଅବସରପ୍ରାପ୍ତ ସିଆଇଏସ୍ଏଫ୍ ଯବାନ୍ ଦେବେନ୍ଦ୍ର ବେହେରା ଅନୁରୋଧ କରିଥିବା ଜଣାପଡିଛି । (ଫଟୋ ଯାଇଛି, ଫଟୋ ଜରୁରୀ)
ମହାପ୍ରଭୂ ଲକ୍ଷ୍ମୀô ନୃସିଂହନାଥଙ୍କୁ ଦର୍ଶନ କଲେ ପ୍ରାକ୍ତନ ସାଂସଦ ଓ ପୂର୍ବତନ ବିଧାୟିକା
ଆସିକା ତା ୧୨/୦୫ (ୱାଇଏନ୍ଏସ୍) ଆସିକା ବ୍ଳକ ଅନ୍ତର୍ଗତ ନଳବଣ୍ଟା ଗ୍ରାମର ବଡସାହିରେ ବିଜେ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀ ତ୍ନୃସିଂହ ମହାପ୍ରଭୂଙ୍କ ପାରମ୍ପରିକ ବାର୍ଷିକ ଯାତ୍ରା ଉତ୍ସବ ନୃସିଂହ ଚତୁର୍ଦ୍ଧଶୀ ତିଥିରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକାର ପ୍ରାକ୍ତନ ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ ଯୋଗଦେଇ ମହାପ୍ରଭୂ ଲକ୍ଷ୍ମୀ ନୃସିଂହନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନ କରିବା ସାଙ୍ଗକୁ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଥିବା ଦେଖିବାକୁ ମିଳିଥିଲା । ନଳବଣ୍ଟା ଗ୍ରାମରେ ଅନୁଷ୍ଠିତ ଲକ୍ଷ୍ମୀ ନୃସିଂହଦେବଙ୍କ ବାର୍ଷିକ ଯାତ୍ରା ତଥା ନୃସିଂହଦେବଙ୍କ ଜନ୍ମ ମହୋତ୍ସବ ପାଳନ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବିଜେଡି ନେତା ମାନସ ରଂଜନ ଗୌଡ, ରଂଜନ କୁମାର ବିଷୋୟୀ, କିଶୋର ପ୍ରଧାନ, କିରଣ ଭୂୟାଁ, ଜୟସେନ ସ୍ୱାଇଁ, ପ୍ରମୋଦ ପ୍ରଧାନ, ରବିନ୍ଦ୍ର କୁମାର ସାହୁ, ଶଙ୍କର ନାହାକ, ଟୁକୁନା ନାହାକ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, ସତ୍ୟନାରାୟଣ ସାମନ୍ତରା, ପ୍ରତାପ ଚନ୍ଦ୍ର ପ୍ରଧାନ, କେଶବ ଦାଶ, ଉଦିତ୍ ପାଢୀ, ବିଚିତ୍ର ପଣ୍ଡା, କାହ୍ନୁଚରଣ ଦଳେଇ, ବିମଳ ପ୍ରଧାନ, ବାପିନା ଜେନାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଭଗବାନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।