ପ୍ରଶାସନିକ ଅଧିକାରୀଙ୍କ ପତ୍ନୀ ବିୟୋଗ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାଶ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରଶାସନିକ ଅଧିକାରୀ ମନୋରଞ୍ଜନ ଦାସଙ୍କ ଧର୍ମପତ୍ନୀ ସ୍ନେହଲତା ଦାସଙ୍କ ୫୯ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ବିୟୋଗ ହୋଇଯାଇଛି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ଝିଅ ସ୍ମରଣିକା, ସ୍ୱାମୀ ମନୋରଞ୍ଜନଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ। ସେ ଜଣେ ମିଷ୍ଟଭାଷୀ, ଧର୍ମପରାୟଣା, ଉଦାରମନା ମହିଳା ଥିଲେ। ତାଙ୍କ ବିୟୋଗରେ ଭରତପୁର ପଞ୍ଚାୟତରେ ଶୋକରଛାୟା ଖେଳିଯାଇଛି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତୁରା ରତିରଞ୍ଜନ ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ