ପ୍ରହସନ ପାଲଟିଛି ବନ ବିଭାଗ ଜଳଛତ୍ର

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ )ଗ୍ରୀଷ୍ମ କାଳରେ ଲୋକଙ୍କୁ ଶୋଷ ମେଣ୍ଟାଇବା ଜଳ ଯୋଗାଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଜଳ ଛତ୍ର ଖୋଲି ଥାନ୍ତି। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବନାଞ୍ଚଳ ପକ୍ଷରୁ ନିଜ କାର୍ଯ୍ୟାଳୟ ନିକଟରେ ଏକ ଜଳ ଛତ୍ର ଖୋଲା ଯାଇଛି। ଉକ୍ତ ଜଳଛତ୍ର ବିଭାଗ ଦ୍ୱାରା ପରିଚଳିତ ହେଉଥିଲେ ମଧ୍ୟ କେବେହେଲେ ଉକ୍ତ ମାଠିଆ ରେ ପାଣି ରହୁନଥିବାରୁ ବାଟୋଇ  ନିରାଶ ହୋଇ ଫେରୁଛନ୍ତି। ଉକ୍ତ ମାଠିରେ ନିତିଦିନ ପରିଷ୍କାର ସୁଧ ପାଣି ରଖି ଲୋକଙ୍କୁ ବା ବାଟୋଇ ଙ୍କୁ ଜଳ ଯୋଗଣ କରିଥାନ୍ତ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ପରିଚାଳନାର ଅଭାବ ଯୋଗୁଁ ଖାଲି ମାଠିଆ ପଡି ରହିଛି। ନା କିଏ ଦେଖୁଚି ନା ତାକୁ କିଏ ପାଣି ଭୁରୁଛି। କେବଳ ବନ  ଓ ପରିବେଶ ବିଭାଗ ବୋଲି ଏକ ପୋଷ୍ଟର ମଧ୍ୟରେ ପ୍ରଚାର  ହୋଇଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟାଳୟ ଦେଇ ନିୟମଗିରି ଡଙ୍ଗରିଆ,ବଦଦ୍ୱାରସାହି,ପୁରୁଣାଭଟ୍ଟା, ପାଟବନ୍ଦ, ଘାଗୁଡିମାଲ,ରାଉତ ପରଡିଗୁଡା ଓ ଅନେକ ଗ୍ରାମକୁ ଯିବା ପାଇଁ ଲୋକେ ଅପେକ୍ଷା  କରିଥାନ୍ତି । ଖରାକୁ ତଣ୍ଟି ଶୁଖିଯାଉଥିବାରୁ ପାଣି ମୁନ୍ଦାଏ ପିଇବି ବୋଲି ଭାବିବା ବେଳକୁ ହାଣ୍ଡି ଖାଲି ରହିଥାଉଛି । ଏହି ଜଳଛତ୍ରରେ ଗ୍ଲାସ ଅଛି ନା ମଗ ଅଛିଯେ ଲୋକେ ପାଣି ପିଇ ଶୋଷ ମେଣ୍ଟାଇବେ କେବଳ ନାମକୁ ମାତ୍ର ରଖାଯାଇଛି ବୋଲି ବାଟୋଇ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ