ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ବିଭାଗରେ ଏକ ସଭାରେ ଆୟୋଜନ କରାଯାଇଥିଲା l ବିଭାଗୀୟ ମୁଖ୍ୟ ଡ. ଉଷାରାଣୀ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ପୂର୍ବକ ଉଦଘାଟନ କରିଥିଲେ ମୁଖ୍ୟଅତିଥି ତଥା ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ l ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନର ମହତ୍ତ୍ୱ ସୂଚାଇବା ସହ ଛାତ୍ରଛାତ୍ରୀ ନିର୍ଭୁଲ ଓଡ଼ିଆ ଭାଷା କହିବା ଓ ଲେଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l କାର୍ଯ୍ୟକ୍ରମର ସୂଚନା ଦେଇ ବିଭାଗ ମୁଖ୍ୟ ଡ. ଉଷାରାଣୀ ରଥ ଶାସ୍ତ୍ରୀୟ ମାନ୍ୟତାର ବିଭିନ୍ନ ମାନଦଣ୍ଡରେ ଓଡ଼ିଆ ଭାଷା ଉତ୍ତୀର୍ଣ୍ଣ ହେବା ସମ୍ପର୍କରେ ବର୍ଣ୍ଣନା କରିଥିଲେ l ବିଭାଗର ଡ. ବନମାଳୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଓଡ଼ିଆ ଭାଷା ପ୍ରତି ଶ୍ରଦ୍ଧାଶୀଳ ଓ ଉତ୍ସର୍ଗୀକୃତ ହେବାକୁ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମର ସଂଯୋଜକ ଡ. ମନୋରଞ୍ଜନ ବିଷୋୟୀ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସ୍ବର୍ଣ୍ଣଲତା ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଅବସରରେ ବିଭାଗର ଛାତ୍ର ରତିରମଣ ପୃଷ୍ଟି, ଗୁଲେକଚନ ନାୟକ, ଛାତ୍ରୀ ଲିପିକା ନାୟକ, ଅପରାଜିତା ପ୍ରମୁଖ ଶାସ୍ତ୍ରୀୟ ଓଡ଼ିଆ ଭାଷାର ମହତ୍ତ୍ୱ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ବିଭାଗ ପକ୍ଷରୁ ଶକ୍ତିକାପୁର, ବିଶ୍ୱରଂଜନ, ରତିରମଣ, ଲିପିକା, ଜ୍ୟୋସ୍ନା, ଡମ୍ବରୁ, ସିଦ୍ଧାନ୍ତ, ଅଜିତ, ଓଁକାର, ନନ୍ଦନ, ରାଜା ପ୍ରମୁଖ ବହୁ ଛାତ୍ରଛାତ୍ରୀ ସହଯୋଗ କରିବା ସହ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ l


