ସ୍ଵଚ୍ଛତା ହିଁ ସେବା ପ୍ରଶିକ୍ଷଣ ତାଲିମ୍ ଶିବିର
ହାଟଡିହି -(ଓ୍ବାଇଏନଏସ): ବ୍ଲକ ସ୍ତରୀୟ ସ୍ଵଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ ଏକ ଦିବସୀୟ ପ୍ରଶିକ୍ଷଣ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ବି.ଏଲ୍.ସି କାର୍ତ୍ତିକ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଏବିଡିଓ ରସ୍ମୀରେଖା ନାଏକ, ସି ପି ସୁବ୍ରତ ନାୟକ ପ୍ରମୁଖ ଯୋଗଦେଇ ସ୍ବଚ୍ଛତା କାର୍ଯକ୍ରମ ଗୁଡ଼ିକ ଉପରେ ପ୍ରଶିକ୍ଷଣ ଦେଇଥିଲେ। ପ୍ରତି ପଞ୍ଚାୟତର ଛକ, ବଜାର, ଗାଁ ଗୁଡିକରେ କିପରି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯିବ ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପିଇଓ ମାନେ ଯୋଗଦେଇଥିଲେ।