ତିନି ବେଳାଭୂମିରେ ସ୍ୱଚ୍ଛତା ପଦଯାତ୍ରା

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ବ୍ଲକ ରାମେୟା ପାଟଣା,ଡଙ୍କୁଲୁପାଡ଼ୁ,ସୁନାପୁର ତିନି ବେଳାଭୂମି ରେ ସଫେଇ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି.ବେଳାଭୂମି ସଫେଇ ଫଳରେ ପର୍ଯ୍ୟଟକ ଆକୃଷ୍ଟ ହେବା ସହ ସୁନ୍ଦର ପରିବେଶ ସୃଷ୍ଟି ହେବ.ସେ ଉଦ୍ଧେଶ୍ୟରେ ରେ ସରକାର ଙ୍କ ଏହି କାର୍ଯ୍ୟକ୍ରମ ରେ ସୁନାପୁର ବିଚ ରେ ବିଧାୟକ ପଦଯାତ୍ରା ରେ ସାମିଲ ହୋଇ ସଫେଇ ମଧ୍ୟ କରିଥିଲେ.ତହସିଲଦାର ବିଶ୍ୱ ରଞ୍ଜନ କଁହର,ବିଡ଼ିଓ ବିବେକାନନ୍ଦ ମିଶ୍ର,ଚିକିଟି ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ସୋରେନ,ସ୍ଥାନୀୟ ସରପଞ୍ଚ ଲଷ୍ମୀଧର ବେହେରା,ସମାଜ ସେବି ପିଣ୍ଟୁ ସେଠି ପ୍ରମୁଖ ସାମିଲ ଥିଲେ. ସେହିଭଳି ବଡଙ୍କଲପାଡୁ ବେଳାଭୂମି ରେ ବ୍ରହ୍ମପୁର ମୁନିସିପାଲିଟି କମିଶନର ପ୍ରଥମେଶ ଅରବିନ୍ଦ ରାଜତିରକେ ଯୋଗ ଦେଇ ପର୍ଯ୍ୟଟକ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ପରିମଳ ଦିଗ ରେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ