ମାମଲା ଉଠାଇବାକୁ କ୍ଳିନିକ ମାଲିକଙ୍କ ହତ୍ୟା ଧମକ : ଥାନାରେ ଏତଲା

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ ରେ ଥିବା ସାହାରା ନର୍ସିଂହୋମ ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଗତ ମେ ୧୧ ତାରିଖ ରାତି ପ୍ରାୟ ୧୦ ଟାରେ ସିଙ୍ଗପୁର ଗ୍ରାମର ମାଗୁଣି ନାୟକ ଙ୍କ ଝିଅ ରୋଜି ନାୟକ  ଏବଂ ନବଜାତକ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ନର୍ସିଂହୋମ ମାଲିକ ମଙ୍ଗୁଳୁ ପ୍ରଧାନ , ଅପରେସନ କରିଥିବା ନର୍ସିଂହୋମ ର ଡାକ୍ତର, ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ ପ୍ରମୁଖ ଙ୍କ ଅବହେଳାରୁ ତାଙ୍କ ସ୍ତ୍ରୀ ଓ ଛୁଆ ଙ୍କ ମୃତ୍ୟୁ ଘଟିଥିବା ନେଇ ପାଟପୁର ଥାନା କଲରାପଦର ଗ୍ରାମର ରୋଜି ଙ୍କ ସ୍ବାମୀ  ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଏହି ମାମଲାରେ ସମ୍ପୃକ୍ତ କ୍ଳିନିକ୍ ମାଲିକ ମଙ୍ଗୁଳୁ  ଗିରଫ ଭୟରେ ଫେରାର ଥିବା ବେଳେ ଡେଙ୍ଗାଓସ୍ତା ଗ୍ରାମ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା   ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବୈକୁଣ୍ଠ ନଗର ୪ ର୍ଥ ଲେନ୍ ରେ ରହୁଥିବା ମଧୁ ଓରଫ ମଧୁସ୍ମିତା ପଟ୍ଟନାୟକ ଙ୍କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଗତ ମେ ୧୯ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ର ମୁଖ୍ୟ ଅଭିଯୁକ୍ତ କ୍ଲିନିକ୍ ମାଲିକ ମଙ୍ଗୁଳୁ ତାଙ୍କ ସହଯୋଗୀ ଅଶ୍ଵିନୀ ଦୋରା ଏବଂ ଅନ୍ୟ ୨ ଜଣ ଙ୍କୁ  ଗତ ଜୁଲାଇ ୩୦ ତାରିଖରେ  ରୋଜି ଙ୍କ ବାପା ମାଗୁଣି ଙ୍କୁ ଭେଟି ଯେତେ ଚଞ୍ଚଳ ପାରିବ କେସ ଉଠାଇ ଦିଅ। କେସ ନ ଉଠାଇଲେ ଜୀବନରେ ମାରିଦେବୁ। ପରିବାର ଲୋକଙ୍କ ପରିସ୍ଥିତି ଖରାପ କରିଦେବୁ ବୋଲି  ଧମକ ଦେଇଥିଲେ। ଗତ ବୁଧବାର ମାଗୁଣି ଡେଙ୍ଗାଓସ୍ତା ଗ୍ରାମ ବଜାର କୁ ଯାଇଥିବା ବେଳେ ଗାଁ ଛକ ରେ କ୍ଲିନିକ୍ ମାଲିକ ମଙ୍ଗୁଳୁ ତାଙ୍କୁ ଭେଟି କେସ କଥା କଣ ହେଲା। ମାଗୁଣି କୌଣସି ପ୍ରତ୍ୟୁତ୍ତର ନଦେବାରୁ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରି ଚଞ୍ଚଳ   କେସ ସମାଧାନ କରେ ନହେଲେ ପରିସ୍ଥିତି ଭୟାବହ ହେବ। ତୋତେ ଶେଷ କରିବାକୁ ମୋତେ ବେଶୀ ସମୟ ଲାଗିବ ନାହିଁ।କେସ ରେ ସାକ୍ଷ୍ୟ ପ୍ରମାଣ ଦେବୁ ନାହିଁ ବୋଲି ଧମକ ଦେଇଥିବା ନେଇ ମାଗୁଣି ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲା କୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ମାମଲା ନଂ.୨୮୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ.ଆଇ ସୋଫିଆ ମିଶ୍ର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ