ଓଡ଼ିଆ ବିଭାଗରେ ଦ୍ଵି-ଦିବସୀୟ ଅନ୍ତର୍ଜାତୀୟ ଆଲୋଚନା ଚକ୍ରର ଉଦଯାପନୀ ଉତ୍ସବ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ଧରଣୀଧର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା “ ଆଧୁନିକତା ପରିପ୍ରେକ୍ଷୀରେ ଭାଷା ଓ ସାହିତ୍ୟ ” ବିଷୟ ଆଧାରିତ ଦ୍ଵି-ଦିବସୀୟ ଅର୍ନ୍ତଜାତୀୟ ଆଲୋଚନା ଚକ୍ରର ଦ୍ୱିତୀୟ ଦିବସର ତୃତୀୟ ଅଧିବେଶନର ସଭା ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଡ. ଚିତ୍ତରଞ୍ଜନ ମିଶ୍ର ସଭାପତିତ୍ଵ ଗ୍ରହଣ କରି ନିଜ ଅଭିଭାଷଣରେ ଆଧୁନିକତା ସମ୍ପର୍କରେ ମତ ଉପସ୍ଥାପନ କରି ଆଧୁନିକତା ନାମରେ ପ୍ରାଚୀନ ସାହିତ୍ୟକୁ ବାଦ ଦେବା ଉଚିତ୍ ନୁହେଁ। ଏହା ଜନଜୀବନକୁ ପ୍ରେରଣା ପ୍ରଦାନ କରିଥାଏ ଏବଂ ସମୟ ସହ ପରିବର୍ତ୍ତନ ହୋଇଥାଏ ବୋଲି କହିଥିଲେ। ତାଙ୍କ ପରେ ତ୍ରିଭୁବନ ବିଶ୍ୱବିଦ୍ୟାଳୟ, ନେପାଳର ପ୍ରଫେସର ଉତ୍ତମ ଭତରାଇ(ନେପାଳ )ନିଜ ବକ୍ତବ୍ୟରେ ଇଂରାଜୀ ସାହିତ୍ୟର ଯୁଗ ସମ୍ପର୍କରେ ଆଲୋଚନା କରିବା ସହିତ ତାହା ଓଡ଼ିଆ ଭାଷାକୁ କିପରି ପ୍ରଭାବିତ କରୁଛି ସେ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ସେହିପରି ମିଆଁମାରରୁ ଆସିଥିବା ଶୀତଲ ପାଲବାବୁ ନିଜର ଆଧୁନିକ ସାହିତ୍ୟ ସଂପର୍କର ଅଭିମତ ରଖିଥିଲେ। ତାଙ୍କ ପରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ, ପୁରୀର ପ୍ରଫେସର ଡ. ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ମତରେ ମନୁଷ୍ୟର ଚିନ୍ତନ ସ୍ତରରେ ଯେପରି ପରିବର୍ତ୍ତନ ଆସିଥାଏ ତାହା ହିଁ ଆଧୁନିକତା । ଏହା ଓଡ଼ିଆ ମାଟି ସହ ଜଡ଼ିତ। ପ୍ରତିଟି ଭୂଖଣ୍ଡରେ ଏକ ନିଜସ୍ୱ ଆଧୁନିକତା ରହିଥାଏ ବୋଲି ସେ ମତ ବ୍ୟକ୍ତ କରିଥିଲେ। ତାଙ୍କପରେ ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକରୁ ପ୍ରଫେସର ଜ୍ଞାନୀ ଦେବାଶିଷ ମିଶ୍ର ନିଜ ଭାଷଣରେ ସାରଳା ଦାସ ଠାରୁ ଆରମ୍ଭ କରି ଗୋପବନ୍ଧୁ ଦାସଙ୍କ ରଚିତ ସାହିତ୍ୟରେ ଜଡ଼ିତ ଥିବା ଆଧୁନିକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ତାଙ୍କ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରୁ ପ୍ରଫେସର ରୁଦ୍ର ନାରାୟଣ ମହାପାତ୍ର ନିଜ ଅଭିଭାଷଣରେ ମତ ରଖିଥିଲେ ଯେ ପରମ୍ପରାର ପରିବର୍ତ୍ତନ ସହିତ ଆଧୁନିକତା ପରିବର୍ତ୍ତିତ ହେଉଥାଏ। କିପରି ଛୋଟ ଛୋଟ କଥାରେ ଆଧୁନିକତାକୁ ଖୋଜିବାର ପ୍ରୟାସ ଛାତ୍ରଛାତ୍ରୀମାନେ କରିବା ଉଚିତ୍ ସେ ସମ୍ପର୍କରେ ସେ ଉପଦେଶ ପ୍ରଦାନ କରିଥିଲେ। ତାଙ୍କ ପରେ ଅନେକ ଗବେଷକ ଓ ଗବେଶିକାମାନେ ପ୍ରସ୍ତୁତ କରିଥିବା ନିଜର ପ୍ରବନ୍ଧ ପାଠ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଏହି ଆଲୋଚନା ଚକ୍ରର ଉଦଯାପନୀ ସଭା ଯେଉଁଥିରେ ଅବସର ପ୍ରାପ୍ତ ଅଧ୍ୟାପକ ଡ. ବିମ୍ବାଧର ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଭାଷା ହେଉଛି ମୂଳ। ଏହା ପ୍ରାଥମିକ ବିଜ୍ଞାନ। ତାଙ୍କ ପରେ ଅବସର ପ୍ରାପ୍ତ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରଫେସର ପ୍ରକାଶ ପଟ୍ଟନାୟକ ନିଜର ଅଭିଭାଷଣରେ କହିଥିଲେ ଯେ ଏକ ପରିବର୍ତ୍ତନର ନାମକରଣରୁ ଆଧୁନିକତାର ସୃଷ୍ଟି ହୋଇଛି। ଏହା ସହିତ ସେ ବିଜ୍ଞାନ ଓ ଓଡ଼ିଆ ମଧ୍ୟରେ ଲୁଚି ରହିଥିବା ଆଧୁନିକତା ସମ୍ପର୍କରେ ମତ ଉପସ୍ଥାପନା କରିଥିଲେ। ତାଙ୍କ ପରେ ଧରଣୀଧର ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ପ୍ରଫେସର ସୁଧାକର ଦାଶ ଏହି ଅନ୍ତର୍ଜାତୀୟ ଆଲୋଚନା ଚକ୍ରର ମୂଲ୍ୟାୟନ କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ସାହିତ୍ୟ ସର୍ବଦା ଏକ ସମୂହ ବା ସମଗ୍ରର କଥା କହିଥାଏ, ଏହାସହ କାବ୍ୟକବିତାରେ ଆଧୁନିକତାର ପ୍ରଭାବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।। ଉକ୍ତ ସଭାରେ ବିଭାଗର ମୁଖ୍ୟ ଡକ୍ଟର ସୁମନ୍ତ୍ର ନାଏକଙ୍କ ଲିଖିତ ‘ଓଡ଼ିଆ ସାହିତ୍ୟର ଇତିହାସ’ ପୁସ୍ତକ ଉନ୍ମୋଚନ ହେଇଥିଲା।  ଏହି ଅନ୍ତର୍ଜାତୀୟ ଆଲୋଚନା ଚକ୍ରକୁ ସଫଳ ରୂପରେ  ଓଡ଼ିଆ  ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶୁଭସ୍ମିତା ଦାସ,  ଅକାଳୁ ପୃଷ୍ଟି, ଡକ୍ଟର ଅଜୟ କୁମାର ସାହୁ, ପ୍ରଜ୍ଞାପାରମିତା ସାହୁ, ଡକ୍ଟର ଜ୍ୟୋତିକିଶୋର ମହାନ୍ତ ତଥା ରିମୁଳି ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ତରୁଣ ଗାଙ୍ଗୁଲି  ପୂର୍ଣ୍ଣ ସହଯୋଗ କରିଥିଲେ ଓ ସବାଶେଷରେ ଅଧ୍ୟାପକ ରାଜକୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ