ବାଲିବରେଇ ହାଇସ୍କୁଲରେ ପୋଷାକ ବଣ୍ଟନ ଓ ଚାରା ରୋପଣ ଉତ୍ସବ
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ବାଲିବରେଇ ହାଇସ୍କୁଲ୍ ରେ ପୋଷାକ ବଣ୍ଟନ ଓ ବୃକ୍ଷ ରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସତ୍ୟ ଭୂଷଣ ସାହୁ ଙ୍କ ସଂଯୋଜନାରେ ଓ ପ୍ରଧାନ ଶିକ୍ଷୟତ୍ରୀ ଅପର୍ଣ୍ଣା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବିଇଓ ରାଜୀବ ଦଳେଇ, ସି ଆରସିସି ବିଶ୍ୱଜିତ୍ ରାଉତ, ଏସ ଏମ୍ ସି ସଭାପତି ଜିତେନ୍ଦ୍ର ଚକ୍ର ପ୍ରମୁଖ ଯୋଗଦେଇ ନୂତନ ପୋଷାକର ଲୋଗୋ ଉନ୍ମୋଚନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ଥିଲା। ଏଥିରେ କ୍ରୀଡା ଶିକ୍ଷକ ତାପସ ଜେନା, ବଳରାମ ଦାସ, ପ୍ରଫୁଲ୍ଲ ମଲ୍ଲିକ, ତାପସ ମିଶ୍ର, ଭଗବାନ ବେହେରା, ଅମୀୟ ରଞ୍ଜନ ଘଡେଇ, ମୋନାଲିସା ସାମନ୍ତ, ଜ୍ୟୋତ୍ସ୍ନା ରାଣୀ ପହି, ବନଜା ମଞ୍ଜରୀ ପାତ୍ର, ରୀଙ୍କିରାଣି ଭୂୟାଁ, ରତ୍ନମଣି ଧଳ, ଦୀପିକା ପରିଡ଼ା, ମମତା ମଞ୍ଜରୀ ଜେନା, ସସ୍ମିତା ଜେନା, ଜ୍ଞାନ ରଞ୍ଜନ କର, ମଧୁ ସୁଦନ ସାହୁ, ରତିକାନ୍ତ ବେହେରାଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ପ୍ରମୁଖ ଉପସ୍ଥିତ ଥିଲେ।