ଜାବିନିପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଜାବିନିପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗଙ୍ଗାଧଙ୍କ ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନାରେ ଏହି ପୋଷାକ ବଣ୍ଟନ କରଯାଇଥିଲା। ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଶାଳଣିଆଁ ସିଆରସିସି ଯତ୍ତିବ୍ରତ ସ୍ବାଇଁ, ସ୍କୁଲ ପରିଚାଳନା କମିଟିର ସଭାପତି ସରୋଜ କୁମାର ତରାଇ, ଶିକ୍ଷକ ବିଜୟ କୁମାର ସ୍ବାଇଁ, ସଭ୍ୟା ପାର୍ବତୀ ମୁଣ୍ଡା ପ୍ରମୁଖ ଯୋଗଦେଇ ୭୦ଜଣ ଛାତ୍ର ଛାତ୍ରୀଙ୍କୁ ଟି ସାର୍ଟ, ଟ୍ରାକ ପ୍ୟାଣ୍ଟ, ଧଳା ଟୋପି ଓ ବ୍ୟାଚ ଆଦି ବଣ୍ଟନ କରିଥିଲେ। ଶିକ୍ଷୟତ୍ରୀ ପ୍ରତିମା ଖଟୁଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରକାଶ ଦାସ, ମମତା ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।