ଶାସଙ୍ଗ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ଲକ୍ଷ୍ମୀ ନାରାୟଣ ଏଜେନ୍ସି ପକ୍ଷରୁ ସତ୍ୟଭୂଷଣ ସାହୁ, ସିଆରସିସି ଦେବାଶିଷ ବାରିକ, ସିଆରସିସି ଅଞ୍ଜନ କୁମାର ଦାସ, ପରିଚାଳନା କମିଟିର ସଭାପତି ଲକ୍ଷ୍ମୀନାରାୟଣ ପାଢ଼ୀ ପ୍ରମୁଖ ଯୋଗଦେଇ ୧୦୭ଜଣ ଛାତ୍ର ଛାତ୍ରୀ ଙ୍କୁ ନୂତନ ପୋଷାକ ବଣ୍ଟନ କରିଥିଲେ। ଏଥିରେ ଶିକ୍ଷକ ଲଳିତ ବିଶ୍ଵାଳ, ନିରଞ୍ଜନ ଖଣ୍ଡା , ସତ୍ୟ ନାରାୟନ ବେହେରା, ସସ୍ମିତା ଦାସ, କମିଟି ସଦସ୍ୟ ଘନଶ୍ୟାମ ପାତ୍ର , କରୁଣାକର ପାଢ଼ୀ, ନିରଞ୍ଜନ ବିଶ୍ୱାଳ, ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ।