ଅରଖପୁର ୟୁ.ପି.ସ୍କୁଲରେ ପୋଷାକ ବଣ୍ଟନ ମେଳା

ବୁଗୁଡା,(ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅତିଥିଭାବେ  ଏମ୍ ଏମ୍ ସି ସଭାପତି ପ୍ରଫୁଲ୍ଲ ଗଉଡ, ମନୋଜ କୁମାର ସାହୁ, ବାଲିପଦର କ୍ଲଷ୍ଟର ସିଆରସିସି ବିଶ୍ଵଜିତ ପରିଡ଼ା, ଶିକ୍ଷକ କମଳ ଲୋଚନ ପାଣିଗ୍ରାହୀ ଓ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବହୁ ମୂଲ୍ୟବାନ ଉପଦେଶ ଦେବା ସହ ପୋଷାକ ବଣ୍ଟନ କରିଥିଲେ। ଶିକ୍ଷକ ମିତ୍ରଭାନୁ ସ୍ଵାଇଁ, କୀର୍ତ୍ତିଭାନୁ ଖାଡଙ୍ଗା, ଶ୍ରୀନିବାସ ଆଚାରୀ, ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁ ଏବଂ କମିଟି ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ