ଶିବନାରାୟଣପୁର ରେ କ୍ଳଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫

ହାଟଡିହି  (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିବନାରାୟଣପୁର ପରିସରରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ବିଶ୍ଵାଳ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି  । କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ା ଫିତା କାଟି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା , ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ଓ ସାଧନା କେନ୍ଦ୍ର ସଂଯୋଜ ନିହାର ରଞ୍ଜନ ସ୍ବାଇଁ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ କ୍ଲଷ୍ଟରର ମୋଟ ୧୪ଟି ବିଦ୍ୟାଳୟରୁ ୧୮୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ତର୍କ , ବକ୍ତୃତା, ଚିତ୍ରାଙ୍କନ,ହସ୍ତାକ୍ଷର ଲିଖନ , ସୃଜନଶୀଳ ଲିଖନ ,ପ୍ରବନ୍ଧ ଲିଖନ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କନିଷ୍ଠ ଓ ବରିଷ୍ଠ ବିଭାଗରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରୀକାନ୍ତ ବିଶ୍ଵାଳଙ୍କ ସଭାପତିତ୍ବରେ  ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର  ପରିଡ଼ା ,ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜୀବ ଦଳେଇ , ସ୍ଵତନ୍ତ୍ର ଅତିଥି ଭାବେ ପ୍ରମୋଦ କୁମାର ନାୟକ ଓ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ , ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ବୈଜୟନ୍ତୀମାଳା ରଥ ,ପ୍ରଶାନ୍ତ କର,  ଯୁବ ସମାଜ ସେବୀ ସତ୍ୟଭୁଷଣ ସାହୁ ଓ କ୍ଲଷ୍ଟର୍ ସଂଯୋଜକ ନିହାର ରଞ୍ଜନ ସ୍ବାଇଁ ଯୋଗଦେଇ ଶିଶୁ ମହୋତ୍ସବ ର ତାପ୍ତର୍ଯ୍ୟ ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ମଣ୍ଡଳ ,ପ୍ରତାପ ବେହେରା ,ପ୍ରଭାକର ସାହୁ ,ଅଭିମନ୍ୟୁ ସାହୁ , ଦେବଯାନୀ ମଲ୍ଲିକ ,ପଦ୍ମାବତୀ ସାହୁ , ଅଶୋକ ସେଠୀ ,ଓମ୍ ଶାନ୍ତି ଜେନା ମୋନାଲିସା ସାମନ୍ତ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ଶିବନାରାୟଣପୁର ବିଦ୍ୟାଳୟ ପରିଚାଳନା ପରିଷଦର ସମସ୍ତ ସଭ୍ୟ ସଭ୍ୟା ପରିଚାଳନା କରିଥିଲେ । ବାନଲତା ପାତ୍ର ଅତିଥି ପରିଚୟ ପ୍ରଦାନ ଓ ଅନିରୁଦ୍ଧ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ