କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଓ ଶିକ୍ଷକ ସହଯୋଗ କର୍ମଶାଳା
ହାଟଡିହି (ଓ୍ବାଇଏନଏସ): ଆସ୍ପାୟର ତରଫରୁ ବଞ୍ଚୋ, ମୁଗୁପୁର, ଆମ୍ଭୋ, ସମଣା, ରମ୍ପାସ ଆଦି କ୍ଲଷ୍ଟରର ଏଫ୍.ଏଲ.ଏନ୍ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ କରାଗୋଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଓ ଶିକ୍ଷକ ସହଯୋଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଟଡିହି ବ୍ଲକର ଶିକ୍ଷା ଅଧିକାରୀ ରାଜୀବ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଞ୍ଚୋ କ୍ଲଷ୍ଟରର ସିଆରସିସି ନିହାର ରଞ୍ଜନ ସ୍ୱାଇଁ, ଆମ୍ବୋ କ୍ଲଷ୍ଟରର ସିଆରସିସି ଆର୍ତ୍ତତ୍ରାଣ ଜେନା, ମୁଗୁପୁର୍ କ୍ଲଷ୍ଟର ସିଆରସିସି ଆକାଶ କୁମାର ସାହୁ, ରମ୍ପାସ କ୍ଲଷ୍ଟର ସିଆରସିସି ସୁଶାନ୍ତ କୁମାର ସ୍ୱାଇଁ, ସମଣା କ୍ଲଷ୍ଟର ସିଆରସିସି ବିନୟ କୁମାର ଜେନାଙ୍କ ସମେତ ଅନେକ ଏଫ୍.ଏଲ.ଏନ୍ ଶିକ୍ଷକ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ କୁମାର ବେହେରା ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧୀରେନ୍ଦ୍ର ନାଥ ଖଟୁଆ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଆସ୍ପାୟାର ହାଟଡିହି ବ୍ଲକର ବ୍ଲକ ସଂଯୋଜକ କୃପାସିନ୍ଧୁ ସିଂ, ବ୍ଲକ ଶିକ୍ଷା ସଂଯୋଜକ ମଧୁସୂଦନ ମୁଣ୍ଡା, ତଥା ଜିଲ୍ଲା ପରିଚାଳନା ସୂଚନା ପ୍ରଣାଳୀ ଅଧିକାରୀ ତଥା ହିସାବ ରକ୍ଷକ ସୁମିତ୍ ସୁଭାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବଞ୍ଚୋ କ୍ଲଷ୍ଟର ସି.ଏଫ୍ ଆଦିତ୍ୟ ରଞ୍ଜନ ପଟ୍ଟନାୟକ, ଏଲ.ଏଫ୍ ମମତା ରାଉତ, ପଞ୍ଚାୟତ ର ଜିପିସିଏମ୍ ଜ୍ୟୋତିପ୍ରକାଶ ମହାପାତ୍ର, ସୁନୀଲ କୁମାର ବରାଳ, ସନ୍ତୋଷ କୁମାର ଜେନା, ରଞ୍ଜନ କୁମାର ନାୟକ, ରଞ୍ଜନ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ। ପଞ୍ଚାୟତର ଏଲ.ଇ.ପି ଶିକ୍ଷକ/ଶିକ୍ଷୟିତ୍ରୀ ଜଗବନ୍ଧୁ ମାଝୀ, କୁନ୍ତଳା କୁମାରୀ ଜେନା, ମହିମାମୟୀ ନାୟକ, ସୁନୀତା ଦାସ, ମାନସ ରଞ୍ଜନ ଆୟଚ, ବିକାଶ କୁମାର ନାୟକ, ତଥା ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ସୁକାନ୍ତ ସାହୁ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ। ଏଥିରେ ପିଲାମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଓ ଶିକ୍ଷକ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ଆମୋଦଦାୟକ ଓ ପ୍ରଭାବଶାଳୀ କରିବା ପାଇଁ ଉଭୟଙ୍କ ସହଯୋଗ ଆବଶ୍ୟକ ବୋଲି ବିଇଓ ଶ୍ରୀଯୁକ୍ତ ଦଳେଇ ମତବ୍ୟକ୍ତ କରିଥିଲେ। ଆସ୍ପାୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ନିଜ ବିଦ୍ୟାଳୟ ପାଇଁ ପ୍ରସ୍ତୁତ କରିଥିବା ସ୍ୱଳ୍ପ ମୂଲ୍ୟର ଓ ବିନା ମୂଲ୍ୟର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ଏଥିରେ ବିଶେଷ କରି ଭାଷା ଓ ଗଣିତ ଶିକ୍ଷା ପାଇଁ ବ୍ୟବହୃତ ଚାର୍ଟ, ମଡେଲ୍ ଏବଂ ଖେଳ ସାମଗ୍ରୀ ସ୍ଥାନ ପାଇଥିଲା।ଏହା ସହିତ ଆଜିର ଦିନଟିକୁ “ବିଶ୍ୱ ପଖାଳ ଦିବସ” ଭାବେ ପାଳନ କରାଯାଇଥିଲା। ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଉପସ୍ଥିତ ସମସ୍ତ ଅତିଥି ଓ ଶିକ୍ଷକ ସମାଜ ସାମୂହିକ ଭାବେ ପଖାଳ ଭୋଜନ କରିଥିଲେ।


