କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା
ଚିକିଟୀ (ଦୀପ୍ତି ରଞ୍ଜନ ପାଢ଼ୀ :)କଳବାଡ଼ କ୍ଲଷ୍ଟର ଅନ୍ତର୍ଗତ କମାକୁଳମଣି ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସିଆରସିସି ସୁଜିତ କୁମାର ପାଢ଼ୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ , ବିଷୟ ଭିତ୍ତିକ, ସମସ୍ତ ଶ୍ରେଣୀ ଓ ସମସ୍ତ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଯୁଜ୍ୟ ମୋଟ ୫୦ରୁ ଅଧିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରାଯାଇ ପ୍ରଦର୍ଶନ କରାଯାଇଥିଲା।କର୍ମଶାଳାର ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ ଧନଞ୍ଜୟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ସମ୍ମାନିତ ଅତିଥି ରୂପେ ଏବିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠି, ମେଘନାଥ ବେହେରା, ୱାର୍ଡ ସଭ୍ୟା ଲକ୍ଷ୍ମୀ ରେଡ୍ଡୀ, ଏସଏମସି ସଭାପତି ଲଷ୍ମଣ ରେଡ୍ଡୀ, ସିଆରସିସି ଏ ଦମୟନ୍ତୀ, ବି ଭେଙ୍କେଟ ରାଓ, ଧର୍ମରାଜ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି କର୍ମଶାଳାରେ ଶିକ୍ଷକ ବାଳକୃଷ୍ଣ ସାହୁ, ଗଙ୍ଗାଧର ବିଷୋୟୀ, ଦିଲେଶ୍ଵର ରାଉଳ, ପିତାମ୍ବର ସେଠି, ଦେବରାଜ ମଲ୍ଲିକ,କୃଷଚନ୍ଦ୍ର ବିଷୋୟୀ, ଗୌରୀ ଶଙ୍କର ସାହୁ, ଏନକେଟ ରାଓ ଶିକ୍ଷୟିତ୍ରୀ ମହେଶ୍ୱତା ପାତ୍ର, ତନୁଜା ସାବତ, ମୀରାବାଈ ବିଷୋୟୀ, ଆଲୁ ରେଣୁ, ନମିତା ବେହେରା, ଶିଳ୍ପା କୁମାରୀ ପାତ୍ର, ମାମିନୀ ସାହୁ ଓ ବି ପୂଜା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବାରୁ ଅଂଶ ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସିଆରସିସି ଧନ୍ୟବାଦ ଅର୍ପଣ କରିଥିଲେ।


