କ୍ଲଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା ସଚେତନତା ଅଭିଯାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ଓ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରଦୀପ କୁମାର ପଲେଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ବିମଳ କୁମାର ଦାସ ଉଦ୍‌ଘାଟନ କରିଥିଲେ । ଏଥିରେ ସିଆରସିସି ଶ୍ରୀ ପଲେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍କୁଲ ବାହାରେ ଥିବା ଆଦø ନାମ ଲେଖା ହୋଇନଥିବା ଓ ଅଧାରୁ ପାଠ ପଢା ଛାଡିଥିବା ୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ସ୍କୁଲରେ ନାମ ଲେଖାଇ ମୁଖ୍ୟ ସୋତ୍ରରେ ସାମିଲ କରିବାକୁ ସମସ୍ତେ ବଦ୍ଧ ପରିକର ହେବାକୁ ସ୍ଥିର ହୋଇଥିଲ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟସଭ୍ୟା, ମୋ ସ୍କୁଲ ଅଭିଯାନ କମିଟିର ସଭାପତିଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ । ପରେ ସିଆରସିସି ଶ୍ରୀ ପଲେଇ ଆପ୍ତିରା ୟୁଜି ଏମଇ ସ୍କୁଲର ଶିକ୍ଷକ ମାନଙ୍କ ସହିତ ବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଡ୍ରପ୍ ଆଉଟ ପିଲା ମାନଙ୍କ ଘରକୁ ଘର ଯାଇ ବୟସ ଯୋଗ୍ୟ ଶ୍ରେଣୀରେ ନାମ ଲେଖାଇବାକୁ ଅଭିଭାବକ ମାନଙ୍କୁ କହିବା ସହ ଅଧାରୁ ପାଠ ଛାଡିଥିବା ପିଲା ମାନଙ୍କୁ ବିଦ୍ୟାଳୟ ଯିବା ପାଇଁ ପ୍ରବର୍ତ୍ତାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ