କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ହରିହର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଥମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ରାଜେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକକୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ଦାସ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଆଗରପଡା ଡାଏଟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ରାଉଳ ଯୋଗ ଦେଇଥିଲେ । ବୈଠକରେ ଜୁଲାଇ ମାସର ଶୈକ୍ଷିକ କ୍ୟାଲେଣ୍ଡର, ଶିଶୁବାଟିକା ଶିକ୍ଷକ ସହାୟକ ପୁସ୍ତିକା ଓ କାର୍ଯ୍ୟ ପୁସ୍ତିକା, ଶ୍ରେଣୀ ପରିଚାଳନା, ବିଦ୍ୟାଳୟ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶିକ୍ଷକ ନାରାୟଣ ଚନ୍ଦ୍ର ମିଶ୍ର ବେଦପାଠ କରିଥିଲେ । ଶେଷରେ ସିଆରସିସି ରାଜେନ୍ଦ୍ର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କ୍ଲଷ୍ଟର ଅଧିନ ୮ଟି ଶିଶୁ ବାଟିକା ବିଦ୍ୟାଳୟର ୮ ଜଣ ପ୍ରଧାନ ଶିକ୍ଷକ ଓ ୮ ଜଣ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ନରେନ୍ଦ୍ର କୁମାର ବାରିକ, ବଟକୃଷ୍ଣ ସେଠୀ, ସୁଶାନ୍ତ କୁମାର ଜେନା, ମୂରଲୀଧର ମିଶ୍ର, ବିଶ୍ୱ ରଞ୍ଜନ ଦାସ, ମଧୁସୂଦନ ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ