ଦିଗପହଣ୍ଡି ରେ କ୍ଳଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ମଧୁ ବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏନଏସି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଅନୀଲ କୁମାର ଦାସଙ୍କ ସଂଯୋଜନାରେ ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ପ୍ରଶିକ୍ଷିକା ତଥା ଚିକିଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଅଧ୍ୟକ୍ଷା ନିବେଦିତା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ଜିଲ୍ଲା ସଭାପତି ହରପ୍ରସାଦ ରଥ ମୂଖ୍ଯବକ୍ତା , ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ପ୍ରଧାନଶିକ୍ଷୟତ୍ରୀ ଭାଗ୍ଯଲକ୍ଷ୍ମୀ ପାଣିଗ୍ରାହୀ , ଏନ୍ ପିଏସ୍ ବ୍ଲକ ଶିକ୍ଷକ ସଂଘ ଉପଦେଷ୍ଟା ବିଜୟ କୁମାର ପ୍ରଧାନ , ମଦନମୋହନ ପଢିଆରୀ , ସିଆରସିସି ସିମାଞ୍ଚଳ ଗୈାଡ , ମେନସନ ପ୍ରଧାନ , ଜଗନ୍ନାଥ ବେହେରା , ସରୋଜ ନାୟକ , ରବିନ୍ଦ୍ର ନାଥ ବେହେରା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୈାରଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କ୍ଳଷ୍ଟର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ୧୩୦ ଜଣ ଛାତ୍ର ଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।କୃତିତ୍ୱ ହାସଲକାରୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


