ମହାବୋଧି ଯୁବା ଅଭିଯାନ ପକ୍ଷରୁ ସାମୁହିକ ଦୀପ ଦାନ

ଭୁବନେଶ୍ୱର(ଓ୍ବାଇଏନଏସ): ସମଗ୍ର ବିଶ୍ୱକୁ ପ୍ରଥମ ଅହିଂସାର ବାର୍ତ୍ତା ଦେଇଥିବା, ବିଶ୍ୱବନ୍ଦନୀୟ ପରମ କାରୁଣିକ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୬୯ତମ ଜୟନ୍ତୀ ଅବସରରେ ମହାବୋଦ୍ଧି ଯୁବା ଅଭିଯାନ ପକ୍ଷରୁ ପହଲଗାମର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓ ଅପରେସନ ସିନ୍ଦୁର ଯୁଦ୍ଧରେ ସହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଥିବା ବୋଦ୍ଧି ବୃକ୍ଷତଳେ ଏକ ସାମୁହିକ ଦୀପଦାନ ଓ ମୌନବ୍ରତ କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଦୈନିକ ନିତିଦିନର ସମ୍ପାଦକ ମନୋଜ କୁମାର ମହାପାତ୍ର କହିଲେ ଯେ ବିଶ୍ୱବାସୀ ଭଗବାନ ତଥାଗତ ବୁଦ୍ଧଙ୍କୁ ଯେଉଁ ଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି, ବୁଦ୍ଧଙ୍କୁ ନେଇ ଗର୍ବ କରୁଥିବା ଆମେ ଭାରତବାସୀ ସେଭଳି ଶ୍ରଦ୍ଧା ସମ୍ମାନ ଦେଇପାରି ନାହୁଁ। ଆମେ ଭାରତବାସୀ ଭଗବାନ ବୁଦ୍ଧଙ୍କ ପାଖରେ ଋଣୀ। ସମ୍ମାନୀତ ଅତିଥି, ପୂର୍ବତନ ପ୍ରଶାସକ ସହଦେବ ଜୟସିଂହ, ବୁଦ୍ଧଙ୍କ ଜନ୍ମକୁ ନେଇ ଓଡ଼ିଶାର ଐତିହାସିକ ମାନେ ଉଠାଇଥିବା ଦ୍ୱନ୍ଦର ବହୁଳ ଭାବରେ ଆଲୋଚନା ହେବା ଉଚିତ ବୋଲି ସେ କହିଥିଲେ। ବିଶିଷ୍ଟ ଅତିଥି ପ୍ରଫେସର ଡ. ବୁଦ୍ଧଦେବ ମିଶ୍ର ଭଗବାନ ବୁଦ୍ଧ, ଧର୍ମକୁ ଅତ୍ୟନ୍ତ ସରଳଭାବେ ସାଧାରଣ ଜନତା ପାଖରେ ପହଞ୍ଚାଇ ଦେବାରୁ ସେ ପୃଥିବୀର ସର୍ବଜନପ୍ରିୟ ହୋଇପାରିଥିଲେ। ମୁଖ୍ୟବକ୍ତା ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥି ଭଗବାନ ବୁଦ୍ଧଙ୍କୁ ଚିହ୍ନିବାକୁ ଭାରତବାସୀଙ୍କୁ ଦୁଇ ହଜାର ବର୍ଷ ଲାଗିଗଲା। ବୁଦ୍ଧ ଧର୍ମର ଗ୍ରନ୍ଥ ଧର୍ମପଦର ପ୍ରତ୍ୟେକଟି ସୂତ୍ର ମାନବ କଲ୍ୟାଣ ପାଇଁ ଉର୍ଦ୍ଦିଷ୍ଟ ବୋଲି ସେ କହିଥିଲେ। ବିଶିଷ୍ଟ ବକ୍ତା ଦୂରଦର୍ଶନର ପୂର୍ବତନ ବାର୍ତ୍ତା ନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର ମହାପାତ୍ର କହିଲେ ଯେ ୮୦ ବର୍ଷ ଜୀବନକାଳ ମଧ୍ୟରେ ଭଗବାନ ବୁଦ୍ଧ ସମାଜକୁ ଯେଉଁ ମହାନବାର୍ତ୍ତାଟି ଦେଲେ ତାହା ହେଲା ୧- ଦୁଃଖ ଅଛି, ୨- ଦୁଃଖର କାରଣ ଅଛି, ୩- ଦୁଃଖ ଦୂର କରାଯାଇ ପାରିବ ଓ ୪- ଦୁଃଖ ଦୂରୀକରଣର ଉପାୟମାନ ରହିଛି। ଏହି ୪ଟି କଥାହିଁ ମଣିଷ ଜୀବନର ସାର କଥା ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ରାଜେଶ ନାୟକ, ଧାରା ଶ୍ରୀ ରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ରା କହିଲେ ଯେ ଜୀବନ ପ୍ରତି ଅତ୍ୟଧିକ ଆଶକ୍ତି ସମସ୍ଥ ଦୁଃଖର କାରଣ, ଏଣୁ ବୁଦ୍ଧ, ତାର ବିନାଶର କଥା କହିଛନ୍ତି। ମହାବୋଧି ଯୁବା ଅଭିଯାନର ଉପସଭାପତି ସିତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ, ବ୍ରଜବନ୍ଧୁ ପଣ୍ଡା କାର୍ଯ୍ୟକ୍ରମ ସୂଚନା ବ୍ରଜବନ୍ଧୁ ପଣ୍ଡା ଓ ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ସିମନ୍ତିନୀ ଜେନା, ବୀପାସନା ଗୁରୁ ରମେଶ ଚନ୍ଦ୍ର ପାତାଳ ସିଂ, ସମାଜସେବୀ ମନୋରଞ୍ଜନ ମହାନ୍ତି, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଜଣାଇଥିଲେ। ଏହି ଅବସରରେ ବିଶିଷ୍ଟ ବୁଦ୍ଧୀଜୀବି ଭଗବାନ ତଥାଗତ ବୁଦ୍ଧଙ୍କ ପ୍ରତି ସମର୍ପିତ ପ୍ରାଣ ମନୋଜ ମହାପାତ୍ରଙ୍କ ୭୫ତମ ସ୍ୱନକ୍ଷତ୍ରରେ ବିଶିଷ୍ଟ ଅତିଥି ଡ. ବୁଦ୍ଧଦେବ ମିଶ୍ର ଉତ୍ତରୀୟ ଓ ବୁଦ୍ଧଙ୍କ ଜୀବନୀ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ବରୁଣ ରାଜ, ମହାବୋଧି ଯୁବା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଓ ଆଡଭୋକେଟ ମନୋଜ ସାହୁ ପରିଚାଳନା କରିଥିଲେ। ଉଷାରାଣୀ ବେହେରା, ଜ୍ୟୋତିଷ କୁମାର ସାହୁ, ଛବି ମହାନ୍ତି, ସୁକାନ୍ତ ଛୋଟରାୟ, ଖଗେଶ୍ୱର ମଲ୍ଲିକ, ରଞ୍ଜନ ନାୟକ, ବସନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ