ହାଟଡିହି ତହସିଲରେ ନୂତନ ତହସିଲଦାର ନିଯୁକ୍ତି କଲେ ଜିଲ୍ଲାପାଳ
ହାଟଡିହି (ଓ୍ବାଇଏନଏସ): ହାଟଡିହି ତହସିଲରେ କାର୍ଯ୍ୟରତ ତହସିଲଦାର ଶିବବ୍ରତ ତ୍ରିପାଠୀ ଅସୁସ୍ଥତା ଯୋଗୁଁ ଛୁଟିରେ ରହିବା ପରେ ହାଟଡିହି ତହସିଲରେ ଅଚଳବସ୍ଥା ସୃଷ୍ଟି ହୋଇଛି। ଏପରିକି ପୂର୍ବରୁ ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡିଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଲୋକମାନେ ବିଭିନ୍ନ କାମ ନେଇ ତହସିଲକୁ ଆସୁଥିବା ବେଳେ ତହସିଲଦାର ଙ୍କୁ ନପାଇ ନିରାଶ ହୋଇ ଫେରୁଥିଲେ। ଇଞ୍ଚଳର ଜଣେ ଯୁବକ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶ ଧରି ବାରମ୍ବାର ତହସିଲକୁ ଦୌଡୁ ଥିଲେ ବି ହାଇକୋର୍ଟ ଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇ ପାରୁନାହିଁ। ସେହିପରି ତହସିଲର କର୍ମଚାରୀ ମାନେ ମଧ୍ୟ ତିନିମାସ ହେଲା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ କେନ୍ଦୁଝର ଜିଲ୍ଲାପାଳ ତାଙ୍କ ଚିଠି ନଂ ୨୧୯ ତା ୨୦/୩/୨୦୨୬ ରେ ଆନନ୍ଦପୁର ର ଡେପୁଟି କଲେକ୍ଟର ସଞ୍ଜୟ କୁମାର ସାମନ୍ତରାଙ୍କୁ ହାଟଡିହି ତହସିଲଦାର ଭାବେ ବଡ଼ବିଲର ଅତିରିକ୍ତ ଓ ଅତିରିକ୍ତ ତହସିଲଦାର ଜନସନ କିଣ୍ଡୋଙ୍କୁ ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ଦାୟିତ୍ୱ ନେବାକୁ ନିର୍ଦେଶ ଦେଇଛନ୍ତି। ଦୁଇଜଣ ଅଧିକାରୀ ଯୋଗଦେଲେ ତହସିଲର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହୋଇ ପାରିବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।


