ଜିଲ୍ଲାପାଳଙ୍କ ବାଲିଆପାଳ ଓ ଭୋଗରାଇ ବ୍ଲକର ବନ୍ୟାପ୍ରଭାବିତ ଗ୍ରାମର ସ୍ଥିତି ସମୀକ୍ଷା

ବାଲେଶ୍ୱର (ସରୋଜ ପଣ୍ଡା): ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲିଆପାଳ ଓ ଭୋଗରାଇ ବ୍ଲକର ବନ୍ୟାପ୍ରଭାବିତ ଗ୍ରାମଗୁଡ଼ିକର  ବନ୍ୟା ପରିସ୍ଥିତି, ରିଲିଫ  ବଣ୍ଟନ, ଏବଂ ସ୍ୱାସ୍ଥ୍ୟ ପରିସ୍ଥିତିର ସମୀକ୍ଷା କଲେ।  ବନ୍ୟା ଜଳ ନିଷ୍କାସନ ନହେଲା ପର୍ଯ୍ୟନ୍ତ ଡଙ୍ଗା ସେବା ବନ୍ଦ ନ କରିବାକୁ ନିର୍ଦ୍ଦେଶ ଦେବା ସହ ଇରିଗେସନ ବିଭାଗ କୁ ତୁରନ୍ତ ନିଷ୍କାସନ ର ବ୍ୟବସ୍ଥା କରିବା ସହ ଅତ୍ୟାଧୁନିକ ପ୍ରକ୍ରିୟାରେ କିପରି  ଏଭଳି ତଳିଆ ଅଞ୍ଚଳରେ  ସହଳ ଜଳ ନିଷ୍କାସନ ହେଇପାରିବ ସେ ସମ୍ବନ୍ଧରେ ପ୍ରସ୍ତାବ ରଖିବାକୁ କହିଛନ୍ତି । ବିଡିଓମାନଙ୍କୁ ୩ ଦିନ ମଧ୍ୟରେ ଶୁଖିଲା ଚାଉଳ ବଣ୍ଟନ ସମାପ୍ତ କରିବା ସହିତ ତହସିଲଦାରମାନଙ୍କୁ ୧ ସପ୍ତାହ ମଧ୍ୟରେ କ୍ଷତିର ସଠିକ୍  ସୂଚନା ଓ ପଲିଥିନ ବଣ୍ଟନ ସ୍ଥିତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ହେମନ୍ତ ସିଂହ ଙ୍କ ସହ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସାଇକୃଷ୍ଣ ଜେନା ଙ୍କ ସମେତ ତହସିଲଦାର , ବିଡ଼ିଓ ଙ୍କ ସମେତ ସମସ୍ତ ଲାଇନ ବିଭାଗର ଉପରିସ୍ଥ କର୍ମଚାରୀ ଉପସ୍ଥିତ ଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ