ଜିଲ୍ଲାପାଳଙ୍କ ରାଜସ୍ୱ ଜନଶୁଣାଣି ଶିବିର

କେନ୍ଦ୍ରାପଡ଼ା,(ଚତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟରେ ଗୁରୁବାର ଜିଲ୍ଲାପାଳଙ୍କ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ତତ୍ୱାବଧାନରେ ଜିଲ୍ଲାରେ ପ୍ରଥମ ଥରପାଇଁ ୧୨ ନଭେମ୍ବରରୁ ରାଜସ୍ୱ ଜନଶୁଣାଣି ଶିବିର ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ଜନଶୁଣାଣିରେ ମୋଟ ୮୮ ଟି ରାଜସ୍ୱ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଅଭିଯୋଗ ଗୁଡିକ ମଧ୍ୟରେ ମୁଖ୍ୟତଃ ମାପ ଚୁପ, ଦାଖଲ ଖାରଜ, ଜବର ଦଖଲ ଇତ୍ୟାଦି ମାମଲା ପଞ୍ଜିକୃତ ହୋଇଥିଲା। ଚଳିତ ମାସ ଜିଲ୍ଲାପାଳଙ୍କ ସମେତ ଦୁଇ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ନେଇ ରାଜସ୍ୱ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। ରାଜସ୍ୱ ସଂକ୍ରାନ୍ତୀୟ ଯଦି କୌଣସି ଅଭିଯୋଗ କିମ୍ବା ସମସ୍ୟା ଥାଏ ତେବେ ଧାର୍ଯ୍ୟ ତାରିଖ ଦୀନ ପୂର୍ବାହ୍ନ ସାଢେ ଦଶଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ନିଜ ତହସିଲ କାର୍ଯ୍ୟାଳୟକୁ ଆସି ସମସ୍ୟା ଜଣାଇପାରିବେ। ୧୨ ତାରିଖ ଦିନ ରାଜନଗର ତହସିଲରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ଜନଶୁଣାଣି କରିଥିଲେ। ସୂଚନା ଯୋଗ୍ୟ ଯେ ଆସନ୍ତା କାଲି ଅର୍ଥାତ୧୪ ତାରିଖରେ ଗରଦପୁର ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକୃଷ୍ଣ ଜେନା ରାଜସ୍ୱ ଜନଶୁଣାଣିରେ ଯୋଗଦେବାକୁ ଥିବା ବେଳେ ୧୫ ତାରିଖରେ ଆଳି ତହସିଲରେ ଉପଜିଲ୍ଲାପାଳ ଅରୁଣ ନାୟକ,୧୮ ତାରିଖରେ ଡେରାବିଶ ତହସିଲରେ ଜିଲ୍ଲାପାଳ ଶ୍ରୀ ଆୟାର,୧୯ ତାରିଖରେ କନିକା ତହସିଲରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ରବୀନ୍ଦ୍ର ମଲ୍ଲିକ,୨୦ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲରେ ଉପଜିଲ୍ଲାପାଳ ଶ୍ରୀ ନାୟକ,୨୬ ତାରିଖରେ ମହାକାଳପଡ଼ା ତହସିଲରେ ଉପଜିଲ୍ଲାପାଳ ଶ୍ରୀ ନାୟକ ଏବଂ ୨୮ ତାରିଖରେ ମାର୍ଶାଘାଇ ତହସିଲରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା ରାଜସ୍ୱ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ