କଲେଜ ଆଇସିସିର ସଚେତନତା କର୍ମଶାଳା
ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବଦ୍ୟାଳୟରେ ଜୁଲାଇ ୧୯ ତାରିଖ ଦିନ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇ.ସି.ସି.) ପକ୍ଷରୁ ଏକ ଯୌନ ନିର୍ଯ୍ୟାତନା ନିବାରଣ ସଚେତନତା (ପି.ଓ.ଏସ.ଏଚ.) କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମର ପରିଚାଳନା ମୁଖ୍ୟ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡକ୍ଟର ରୋଜିତା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଅନିଲ କୁମାର ଦାଶ ଆଇ.ସି.ସି. ର ନୀତିନିୟମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଆଇ.ସି.ସି. ପରିଚାଳନାର ମୁଖ୍ୟ ଡକ୍ଟର ରୋଜିତା ମିଶ୍ର ଛାତ୍ରଛାତ୍ରୀ ବୃନ୍ଦ ଭୟଭୀତ ନହୋଇ ତାଙ୍କର ଅଭିଯୋଗ ଦାୟିତ୍ଵବାନ ଅଧିକାରୀମାନଙ୍କୁ ଜଣାଇବା ପାଇଁ ସଚେତନ କରାଇଥିଲେ। ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ମହାବିଦ୍ୟାଳୟର ପରିସରରେ କିପରି ପୁଅ ଓ ଝିଅ ମଧ୍ୟରେ ଶୃଙ୍ଖଳା ମନୋଭାବ ରଖିବେ ପରାମର୍ଶ ଦେଇଥିଲେ। ଇତିହାସ ଅଧ୍ୟାପିକା ବିନତା କୁମାରୀ ଦାଶ , ଓଡିଆ ଅଧ୍ୟାପିକା ଡକ୍ଟର ଜ୍ୟୋସ୍ନାରାଣୀ ପଟ୍ଟନାୟକ , ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ମମତା ରାଣୀ ପ୍ରଧାନ , କନିଷ୍ଠ କିରାଣୀ ପ୍ରୀତିମୟୀ ବେହେରା , ଆଇନ ଉପଦେଷ୍ଟା ଶରତ ଚନ୍ଦ୍ର ପ୍ରଧାନ, ଛାତ୍ରୀ ପ୍ରତିନିଧି ତପସ୍ଵିନୀ ସାହୁ ଓ ଜାନକୀ ଦେବୀ ମେମ୍ବର ବୃନ୍ଦ ଯୋଗଦାନ କରିଥିଲେ। ଏହି ସଚେତନ ସଭାରେ ଛାତ୍ରଛାତ୍ରୀ, ସମସ୍ତ କର୍ମଚାରୀ ଯୋଗଦେଇଥିଲେ। କଲେଜର ଗଣମାଧ୍ୟମ ପ୍ରତିନିଧି ଅଧ୍ୟାପିକା ପିଙ୍କି ପ୍ରଧାନ ଓ ଅଧ୍ୟାପିକା ସୁମିତା ରାଉତ ଏହି ସଚେତନତା କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧି ବୃନ୍ଦଙ୍କୁ ଅନୁରୋଧ କରିଥିଲେ। ଶେଷରେ ଅଧ୍ୟାପିକା ବିନତା କୁମାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।


