କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ମାମଲା ରୁଜୁ କଲା ପୁଲିସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ ଏକ କଲେଜ ରେ ଯୁକ୍ତ ଦୁଇରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଛାତ୍ରୀ ଜଣକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲା କୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୨୭୦/୨୫ ଅନୁଯାୟୀ ସାନଖେମୁଣ୍ଡି ବ୍ଲକ ଅଧିନ ଏକ କଲେଜ ର ଗଣିତ ବିଭାଗ ଅଧ୍ୟାପକ ରାମ ସ୍ଵରୁପ ପାଣିଗ୍ରାହୀ ଏବଂ ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଦେବବ୍ରତ ସାହୁଙ୍କ ନାମରେ ମକଦ୍ଦମା ରୁଜୁ କରିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ପ୍ରକାରେ , ଅଧ୍ୟାପକ ରାମ ସ୍ୱରୂପ ଏବଂ ଦେବବ୍ରତ ଙ୍କ ମିଳିତ ପରିଚାଳନା ରେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ପ୍ରଗତି ଟ୍ୟୁଟୋରିଆଲ କୁ ସେ ଟ୍ୟୁସନ ପାଇଁ ଯାଉଥିଲେ। ସେଠାରେ ତାଙ୍କୁ ଦେବବ୍ରତ ଅସଦାଚରଣ କରିଥିବା ବେଳେ ଅଧ୍ୟାପକ ତାଙ୍କୁ ସମର୍ଥନ କରୁଥିବା ସହ ଘଟଣା ବାହାରେ ପ୍ରକାଶ କଲେ ତାଙ୍କୁ ଉଭୟେ ହତ୍ୟା ଧମକ ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ଅପରପକ୍ଷରେ ଏଭଳି ଅଭିଯୋଗ କୁ ଅଧ୍ୟାପକ ଏବଂ ଡାଟା ଏଣ୍ଟ୍ରି ଅପରେଟର ଅସ୍ବୀକାର କରିଛନ୍ତି।ଛାତ୍ରୀ ଙ୍କୁ ଟ୍ୟୁସନ୍ ଦରମା ମାଗିବାରୁ ତାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ସେ ଏଭଳି ମିଥ୍ୟା ଅଭିଯୋଗ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ବୁଧବାର ଅପରାହ୍ନ ରେ ଅଧ୍ଯାପକ ରାମ ସ୍ୱରୂପ ନିଜ କାର ଯୋଗେ ଦିଗପହଣ୍ଡି ଆସିବା ସମୟରେ ଡେଙ୍ଗାଓସ୍ତା ବ୍ଯାଙ୍କ ନିକଟରେ ଦୁଇ ଜଣ ଯୁବକ ତାଙ୍କ ଗାଡ଼ି ଅଟକାଇ ଗାଡ଼ି ଭଙ୍ଗାରୁଜା କରିବା ସହ ମାଡ଼ ମାରିଥିବା ନେଇ ପାଟପୁର ଥାନାରେ ଅଧ୍ୟାପକ ନିଜେ ଏତଲା ଦେଇଛନ୍ତି । ଯୁବକ ଦ୍ବୟ ହେଲେ ଶିବ ସାହୁ ଏବଂ ମିଲନ ଦୋରା । ପାଟପୁର ପୁଲିସ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ ୩୭୦/୨୫ ଅନୁସାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।