କଲେଜ ଛାତ୍ରୀଙ୍କୁ ଆକ୍ରମଣ : ଅଭିଯୁକ୍ତ ଫେରାର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବିଜ୍ଞାନ କଲେଜ ଯୁକ୍ତ ୨ କଳା ବିଭାଗ ପ୍ରଥମବର୍ଷ ଛାତ୍ରୀ ଙ୍କୁ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ବାଇକ ରେ ଆସିଥିବା ଦୁଇଜଣ ଯୁବକ ଆକ୍ରମଣ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି।ଛାତ୍ରୀ ଜଣକ ହେଲେ ପାଟପୁର ଥାନା ହରିଣା ଗ୍ରାମର ଶୁଭସ୍ମିତା ମହାଙ୍କୁଡ(୧୭)।ରାସ୍ତା ଉପରେ ଟଳି ପଡ଼ିଥିବା ଛାତ୍ରୀ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି।ତାଙ୍କୁ  ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପୋଡ଼ାମାରି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପରେ  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା।ଛାତ୍ରୀ ଙ୍କ ଚେତା ନଫେରିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସା ହେବାପରେ ଘରକୁ ଫେରିଥିବା ଜଣାପଡିଛି।ପ୍ରତିଦିନ ଭଳି ଛାତ୍ରୀ ଜଣକ କଲେଜ କୁ ଯାଉଥିବା ବେଳେ କଲେଜ ଠାରୁ ପ୍ରାୟ ୫୦ ମିଟର ଦୂରରେ ୨ ଜଣ ଯୁବକ ଏକ ନାଲିରଙ୍ଗର ବାଇକ ରେ ଆସି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଜଣେ ଯୁବକ ଙ୍କ ସହ ତାଙ୍କ ବଚସା ହୋଇଥିଲା। ପରେ ଉଭୟେ ତାଙ୍କୁ ଟଣାଓଟରା କରି ଅପହରଣ ପାଇଁ ଉଦ୍ୟମ କରିଥିଲେ।ଛାତ୍ରୀ ଜଣକ ଦୌଡ଼ି ଯିବାପାଇଁ ଚେଷ୍ଟା କରିବାରୁ ଉଭୟେ ତାଙ୍କୁ ଅଟକାଇ ଚାପୁଡ଼ା ମାରିଥିଲେ।ପରେ ଜଣେ ଯୁବକ ତାଙ୍କୁ ଠେଲି ଦେବାରୁ ଛାତ୍ରୀ ଜଣକ ରାସ୍ତା ଉପରେ କଚାଡି ହୋଇ ପଡ଼ିଯାଇଥିଲେ।ସୂଚନା ପାଇ କଲେଜ ର ବହୁସଂଖ୍ୟକ ସହପାଠୀ ,ଅଧ୍ୟାପକ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।ଖବର ପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ଟିମ୍ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ଫେରିଛନ୍ତି।ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ