ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ଅଭିଯାନ
ଆସିକା (ୱାଇଏନ୍ଏସ୍) : ଓଡିଆ ପକ୍ଷ-୨୦୨୬ ପାଳନ ଅବସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ ଗୁରବାର ସ୍ଥାନୀୟ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଆସ ବହିଟିଏ କିଣିବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ଅଧ୍ୟାପକ ପିଙ୍କୁ କୁମାର ସାହୁ, ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ର, ଅଧ୍ୟାପିକା ଲୋପାମୁଦ୍ରା ମହାପାତ୍ର, ଅଧ୍ୟାପକ ଦୁର୍ଗାପ୍ରସାଦ ପାଣିଗ୍ରାହୀ, ଅଧ୍ୟାପକ ବସନ୍ତ ମାଝୀ, ଅଧ୍ୟାପକ ସନାତନ ପ୍ରଧାନ, ଅଧ୍ୟାପକ ସୁଶିଲ୍ କୁମାର ଆଚାର୍ଯ୍ୟ, ଅଧ୍ୟାପିକା ରଶ୍ମିରଂଜିତା ଲେଙ୍କା, ଅଧ୍ୟାପକ ବି.ପାଣ୍ଡବ ରେଡି ପ୍ରମୁଖ ଯୋଗଦେଇ ଓଡିଆ ପକ୍ଷ ପାଳନ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟ ଯେପରି ସଫଳ ହୋଇପାରିବ ତାହାରି ଉପରେ ମାର୍ଗଦର୍ଶନ କରିବା ସାଙ୍ଗକୁ ପୁସ୍ତକ ପଠନର ଉପାଦେୟତା ଓ ଆବଶ୍ୟକତା ଉପରେ ଆଲୋକପାତ କରି ଲେଖକ ଓ ଲେଖିକାମାନଙ୍କୁ ଉତ୍ସାହିତ କରି ସେମାନଙ୍କ ଲେଖନୀ ଶୈଳୀକୁ ଆହୁରି ରୁଦ୍ଧିମନ୍ତ କରିବାକୁ ଛାତ୍ରୀମାନଙ୍କୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଆସ ବହିଟିଏ କିଣିବା ଅଭିଯାନ କାର୍ଯ୍ୟକ୍ରମରେ ବିଭିନ୍ନ ଉପାଦେୟ ତଥା ଶିକ୍ଷଣୀୟ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ବିଭିନ୍ନ ପୁସ୍ତକର ବିକ୍ରୟ ବ୍ୟବସ୍ଥା କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶୈକ୍ଷିକ କର୍ମଚାରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।


