‘ଆସ ବହିଟିଏ କିଣିବା’ ଅଭିଯାନ ଅନୁଷ୍ଠିତ

ବାଲେଶ୍ୱର (ସରୋଜ ପଣ୍ଡା): ଓଡ଼ିଶାର ସମୃଦ୍ଧ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସଂରକ୍ଷଣ ଏବଂ ପ୍ରଚାର କରିବା ଲକ୍ଷ୍ୟରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଓଡ଼ିଆ ପକ୍ଷ ପାଳନ ଅବସରର ନବମ ଦିବସରେ ବାଲେଶ୍ୱର ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ସହିତ ବିଭିନ୍ନ ବ୍ଲକ, ପୌରାଞ୍ଚଳ ଓ ପୌରପାଳିକା ପରିସରରେ ‘ଆସ ବହିଟିଏ କିଣିବା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବହି ବିକ୍ରୟ ଅନୁଷ୍ଠାନଙ୍କ ସହଯୋଗରେ ଅସ୍ଥାୟୀ ପୁସ୍ତକ ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ର ଖୋଲାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକରେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଉପନ୍ୟାସ, ପ୍ରବନ୍ଧ, ନାଟକ ଓ ଶିଶୁ ସାହିତ୍ୟ ଆଦିରେ ଲିଖିତ ବହି ଉପଲବ୍ଧ ଥିଲା।   ପୂର୍ବାହ୍ନ ଘ ୧୦.୩୦ ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଅସ୍ଥାୟୀ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ହେମନ୍ତ କୁମାର ସିଂ ମିଳିତ ଭାବେ ଉଦ୍ଘାଟନ କରିଥିଲେ I ଉଦ୍ଘାଟନ ପରେ ଉଭୟ ଅଧିକାରୀ ଏହି ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଓଡ଼ିଆ ଭାଷାର ଗୁରୁତ୍ୱ ଓ ଏହାର ସଂରକ୍ଷଣ ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ।   ଏହି ଅବସରରେ ଜିଲାସ୍ତରୀୟ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକେ ନିଜ ପସନ୍ଦର ଓଡ଼ିଆ ବହି ସବୁ କ୍ରୟ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ