ବାଲେଶ୍ୱରରେ ଉଦଘାଟିତ ହେଲା ବାଣିଜ୍ୟିକ ଅଦାଲତ

ବାଲେଶ୍ୱର,(ସରୋଜ ପଣ୍ଡା): ବାଲେଶ୍ୱରର ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଏକ ବାଣିଜ୍ୟିକ ଅଦାଲତ ଆଭାସି ଜରିଆରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ହରିଶ ଟଣ୍ଡନଙ୍କ କରକମଳରେ ଉଦ୍ଘାଟିତ ହୋଇଛି । ସେଠାରେ ତାଙ୍କ ସହିତ ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ବିଭୁ ପ୍ରସାଦ ରାଉତରାୟ ଏବଂ ଅନେକ ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଗଣ ଉପସ୍ଥିତ ଥିଲେ ।ଏହି ଅବସରରେ ବାଲେଶ୍ୱର ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ବାଣିଜ୍ୟିକ ଅଦାଲତ ସମ୍ମୁଖରେ ଏକ ସଭାର ଆୟାଜନ୍ ହୋଇ ଆଭାସି  ମାଧ୍ୟମରେ ମୁଖ୍ୟ ବିଚାରପତିଙ୍କ ସହିତ ଯୋଡି ହୋଇଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ମାନ୍ୟବର  ଜିଲ୍ଳା ଦୌରା ଜଜ୍, ବାଲେଶ୍ୱର ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀଯୁକ୍ତ ସୁଧାକର ନାଏକଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ମାନ୍ୟବର ବିଚାରପତି ଏବଂ ଆଇନଜୀବୀ ଗଣ ଉପସ୍ଥିତ ଥିଲେ ।   ଏହି ବାଣିଜ୍ୟିକ ଅଦାଲତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲା ପାଇଁ ପ୍ରଭାବଶାଳୀ ବାଣିଜ୍ୟିକ ନ୍ୟାୟ ପ୍ରଦାନ କରିବ । ଏହି ଚାରିଟି କ୍ଲଷ୍ଟର ଜିଲ୍ଲାରୁ ବାଣିଜ୍ୟିକ ବିବାଦ ଭାବରେ ବିଭିନ୍ନ ବର୍ଗର ୧୮୩୧ ମାମଲା ଚିହ୍ନଟ କରାଯାଇ ନୂତନ ଭାବରେ ଉଦ୍ଘାଟିତ ବାଣିଜ୍ୟିକ ଅଦାଲତକୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିରେ ବାଲେଶ୍ୱର ଜଜସିପ୍ ରୁ ୬୭୫ ମାମଲା ସ୍ଥାନାନ୍ତରିତ ହୋଇଛି, ମୟୂରଭଞ୍ଜ ଜଜସିପ୍ ରୁ ୧୭୫ ମାମଲା ସ୍ଥାନାନ୍ତରିତ ହୋଇଛି, ଭଦ୍ରକ ଜଜସିପ୍ ରୁ ୩୭୪ ମାମଲା ସ୍ଥାନାନ୍ତରିତ ହୋଇଛି ଏବଂ କେନ୍ଦୁଝର ଜଜସିପ୍ ରୁ ୬୦୭ ମାମଲା ସ୍ଥାନାନ୍ତରିତ ହୋଇଛି।  ବାଲେଶ୍ୱରରେ ଏହି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ଦ୍ୱାରା ବୈଧାନିକ ନିର୍ଦ୍ଦେଶର ପାଳନ ସୁନିଶ୍ଚିତ ହେବ, ନିୟମିତ ଅଦାଲତରେ ବିଚାରାଧୀନ ମାମଲା ହ୍ରାସ ପାଇବ ଏବଂ ବାଣିଜ୍ୟିକ ବିବାଦର ସମୟସୀମା ମଧ୍ୟରେ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ ପ୍ରଦାନ କରାଯିବ। ଏହା ମକଦ୍ଦମାକାରୀଙ୍କ ପାଇଁ ନ୍ୟାୟ ପାଇବାକୁ ବୃଦ୍ଧି କରିବ, ନ୍ୟାୟିକ ଦକ୍ଷତା ଉନ୍ନତ କରିବ ଏବଂ ଏହି ଅଞ୍ଚଳରେ ନିବେଶ ପରିବେଶକୁ ସୁଦୃଢ଼ ​​କରିବ। ବାଣିଜ୍ୟିକ ଅଦାଲତ ଆଇନ, ୨୦୧୫ ର ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ବାଲେଶ୍ୱରରେ ନୂତନ ଭାବେ ଉଦ୍ଘାଟିତ ହୋଇଥିବା ଏହି ବାଣିଜ୍ୟିକ ଅଦାଲତ ର ପ୍ରତିଷ୍ଠା ଏକ ଆବଶ୍ୟକୀୟ ଏବଂ ନୀତି-ଚାଳିତ ପଦକ୍ଷେପ, ଯାହା ବ୍ୟବସାୟ କରିବାର ସହଜତାକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟିକ ବିବାଦର ଦ୍ରୁତ ଏବଂ ବିଶେଷଜ୍ଞ ବିଚାରକୁ କଳ୍ପନା କରେ। ଏହି ଉଦ୍ଘାଟନୀ ଉତ୍ସବକୁ ଅଦାଲତ ର ରେଜିଷ୍ଟ୍ରାର ଶ୍ରୀଯୁକ୍ତ ସିତିକାନ୍ଥ ପ୍ରଧାନ ପରିଚାଳନା କରିଥିବା ବେଳେ ଅଦାଲତର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମଳୟ କୁମାର ରାଉତ ଓ କୋର୍ଟ ମ୍ୟାନେଜର ସୁଶ୍ରୀ ପ୍ରିୟଙ୍କା ମିଶ୍ର ଏଥିରେ ସହଯୋଗ କରିଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ