କମିଶନରେଟ୍ ପୁଲିସ୍ ଦ୍ୱାରା ନନ୍ଦିପଦା ଥାନା ଅଞ୍ଚଳର ୨ ସାଇବର ଠକ ଗିରଫ୍

ହାଟଡ଼ିହି,(ଓ୍ବାଇଏନଏସ): ଅଜଣା ନମ୍ବରରେ ଲୋକଙ୍କୁ ହ୍ୱାଟ୍ସଆପରେ ମେସେଜ୍ କରି ନିଜକୁ ଟ୍ରେଡ଼ର ପରିଚୟ ଦେଇ ରାତାରାତି କୋଟିପତି ହେବାର ସୁନେଲି ସ୍ବପ୍ନ ଦେଖାଉଥିବା ୬ଜଣ ସାଇବର ଠକଙ୍କୁ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଠାବ କରି ଗିରଫ୍ କରିଛି l ଏହି ୬ଜଣଙ୍କ ମଧ୍ୟରୁ ୨ଜଣ ନନ୍ଦିପଦା ଥାନା ଅଧିନ ଶଙ୍ଖଣା ଗ୍ରାମର ସୁଶାନ୍ତ ଜେନା(୪୨) ଓ ବ୍ରହ୍ମାନନ୍ଦ ପହି(୪୪) ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜଣେ ଦେବଗଡ଼ ଜିଲ୍ଲା ବାରକୋଟ୍ ଅଞ୍ଚଳର, ଜଣେ ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ଅଞ୍ଚଳର ଏବଂ ଆଉ ଦୁଇଜଣ ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି l ସେମାନଙ୍କ ଠାରୁ ପୋଲିସ ଗୋଟିଏ କାର, ୬ଗୋଟି ମୋବାଇଲ୍ ଫୋନ୍ ଏବଂ ମ୍ୟୁଲ୍ ଆକାଉଣ୍ଟ ଜବତ୍ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ