ପାରଳାରେ ଦୋଳ ଉତ୍ସବ ପାଳନ ପାଇଁ ପୂର୍ବତନ ବିଧାୟକଙ୍କୁ ଭେଟିଲେ କମିଟି ସଦସ୍ୟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ 6 ଦିନିଆ ଦୋଳ ଉତ୍ସବ ପାଳନ ପାଇଁ  କମିଟି ସଦସ୍ୟମାନେ ପୂର୍ବତନ ବିଧାୟକ କେ ନାରାୟଣ ରାଓଙ୍କୁ ଭେଟି ଦୋଳ ଉତ୍ସବରେ ସମସ୍ତ ସହଯୋଗ କରିବା ପାଇଁ ସାକ୍ଷତ କଲେ. ଆସନ୍ତା ୨୭ ରୁ ମାର୍ଚ୍ଚ 4 ପର୍ଯ୍ୟନ୍ତ 6 ଦିନିଆ  ପ୍ରସିଦ୍ଧ ଦୋଳଯାତ୍ରା ପାଳିତ ହେବ | ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଶେଷ ପୂଜାର୍ଚ୍ଚନା କରାଯିବ। ହେଲେ ଏହି ଉତ୍ସବ ପାଳନ ପାଇଁ ସରକାରୀ ବା ପ୍ରଶାସନିକ ସହାୟତା ସଠିକ ଓ ଆବଶ୍ୟକ ଭାବେ ମିଳୁ ନ ଥିବା  ନେଇ ପୂର୍ବତନ ବିଧାୟକ ଶ୍ରୀ ରାଓଙ୍କୁ କମିଟି ସଦସ୍ୟ ଜଣାଇଥିଲେ | ଯାହାକୁ ନେଇ ଶ୍ରୀ ରାଓ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଯଥା ସମ୍ଭବ ସହାୟତା ପାଇଁ ଆବଶ୍ୟକ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୂର୍ବତନ ବିଧାୟକଙ୍କୁ ସାକ୍ଷାତ ଆଲୋଚନା ବେଳେ ଦୋଳ ଉତ୍ସବ କମିଟି ଦେବେନ୍ଦ୍ର ମିଶ୍ର, ଗଣେଶ ପଟ୍ଟନାୟକ, ରାଜେନ୍ଦ୍ର ବେହେରା, ମଙ୍ଗଳା ପଟ୍ଟନାୟକ, ମନୋଜ ପଟ୍ଟନାୟକ, ମିଟୁ ମିଶ୍ର, ଦିଲୀପ ରଥ, ନରସିଂହ ଗୌଡ, ଏନ୍ ଜଗତଜୀବନ ରାଓ ଓ ଜେ. ବିଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ