ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର,(ଓ୍ବାଇଏନଏସ): ୧୨ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବିଶେଷ କରି ଟୋକେନ ଲାପସ୍ ହେବା ପୂର୍ବରୁ ସଠିକ୍ ସମୟରେ ମଣ୍ଡିରୁ ଧାନ କିଣିବା, ରାସନ କାର୍ଡରେ ନାମ ସଂଯୋଗୀ କରଣ ପ୍ରକ୍ରିୟା ତୁରନ୍ତ କରିବା, ଆବାସ ଯୋଜନାରେ ଘର ଯୋଗାଇ ଦେବା, ମାଗଣା ବିଦ୍ୟୁତ ଯୋଗାଇଦେବା ବଦଳରେ ସ୍ମାର୍ଟ ମିଟର ମାଧ୍ୟମରେ କରାଯାଉଥିବା ଶୋଷଣ କୁ ବନ୍ଦ କରିବା, ଛତ୍ରପୁର ବ୍ଲକରେ ଚାଲିଥିବା ପିସି କାରାବାରକୁ ବନ୍ଦ କରିବା ଆଦି ବିରୁଦ୍ଧରେ ସେମାନେ ପ୍ରତିବାଦ କରିଥିଲେ । ଆଗାମୀ ଦିନରେ ସେମାନଙ୍କ ଦାବି ଗୁଡିକ ପୂରଣ ନ ହେଲେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସହ- ସମ୍ପାଦକ ନୀଳ କଣ୍ଠ ଦାଶ, ଉତ୍କଳ ମହିଳା ସମିତି ର ରାଜ୍ୟ ଉପସଭାନେତ୍ରୀ ଏନ. ଭାନୁ ମତୀ ରେଡ୍ଡୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ସିଏଚ. ଜନାର୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ, ରାଜେନ୍ଦ୍ର ନାହାକ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ଏନ. ମୁନାପାତ୍ର, ଏନ. ସୁକାନ୍ତ ଆଚାରୀ, ଏସ. ତ୍ରିନାଥ ରେଡ୍ଡୀ, ପ୍ରଫୁଲ୍ଲ ପାଣିଗ୍ରାହୀ,ନବୀନ ଗୌଡ଼ ଙ୍କ ସମେତ ବହୁ ମହିଳା ଓ ପୁରୁଷ ମାନେ ସାମିଲ ହୋଇଥିଲେ l


