ମନରେଗାରେ ଅନିୟମିତତା ହୋଇଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଘୋଡାଂଶ ପଂଚାୟତ ଚାନ୍ଦଖାପାଟଣା (ହରିନବେଇ) ମୌଜାର ଶେଷ ଭାଗରେ ମନରେଗା ଯୋଜନାରେ ଏକ ପୋଖରୀ ଖନନ କରାଯାଉଅଛି। ଯେଉଁ ପୋଖରୀ ଘୋଡାଂଶ ପଂଚାୟତ ଓ ବ୍ଳକ ପ୍ରଶାସନ ନିର୍ଦ୍ଦେଶରେ ଖୋଳା ଯାଉଅଛି। ଉକ୍ତ କାର୍ଯ୍ୟରେ ସରକାରଙ୍କ ନିୟମକୁ ଖୋଲା ଖୋଲି ଉଳଘଂନ କରାଯାଉଅଛି। ନିୟମ ମୁତାବକ ଜବକାର୍ଡଧାରୀମାନେ ଉକ୍ତ ଯୋଜନାରେ କାର୍ଯ୍ୟ କରିବାର ନିୟମ ରହିଥିବା ବେଳେ ତାହା କରାଯାଉନାହିଁ। ନିର୍ଦ୍ଦିଷ୍ଟ ଠିକାଦାର ସହାୟତାରେ ମେସିନ ମାଧ୍ୟରେ ଏହି ପୋଖରୀ ଖୋଲା ଯାଉଅଛି। ଯାହାଫଳରେ ଜବକାର୍ଡଧାରୀମାନେ କାର୍ଯ୍ୟ ପାଉ ନାହାନ୍ତି। ତେଣୁ ଉକ୍ତ ପୋଖରୀ ଖନନରେ ଜବକାର୍ଡଧାରୀମାନଙ୍କୁ ସାମିଲ କରାଯାଉ। ଅପରପକ୍ଷେ ଯେଉଁ ସ୍ଥାନରେ ପୋଖରୀ ଖୋଳାଯାଉଅଛି ତାହା ଆମ ଗ୍ରାମର ପିଲାମାନଙ୍କର ଖେଳପଡିଆ ଅଟେ। ଅପରପାଶ୍ୱର୍ରେ ଶ୍ମଶାନ ରହିଥିବା ବେଳେ ଗୋଚାରଣ ପାଇଁ ଜମି ରହିଅଛି। ଏହି ସ୍ଥାନରେ ପୋଖରୀ ଖୋଳା ହେବା ଦ୍ୱାରା କେତେ ବେଳେ ଧନ ଜୀବନ ନଷ୍ଠ ହେବ ତାହା କହିହେବ ନାହିଁ। ଉକ୍ତ ଅଭିଯୋଗକୁ ଗ୍ରାମର କୈଳାସ ଚନ୍ଦ୍ର ସାହୁ, ରଶ୍ମିତା ଦାସ, ବନି ଦେଈ, ଅର୍ଜ୍ଜୁନ ଭୋଇଆଦି ଗ୍ରାମବାସୀଙ୍କ ସ୍ୱାକ୍ଷର ରହିଥିବା ବେଳେ ସୋମବାର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।ଏଥିସହିତ ଏହାର ନକଲ କପି ମୁଖ୍ୟମନ୍ତ୍ରୀ,ସଚିବ, ପଂଚାୟତିରାଜ ବିଭାଗ, ବିଡିଓ, ନାଉଗାଁ, ତହସିଲଦାର, ନାଉଗାଁ,ଏପିଓ ନାଉଗାଁ, ଘୋଡାଂଶ ପଂଚାୟତର ଯନ୍ତ୍ରୀ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।