ଅଲଣା ଗ୍ରାମ ପଞ୍ଚାୟତରେ ସୂଚନା ଫଳକ ଭଙ୍ଗାକୁ ନେଇ ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ଗ୍ରାମ ପଞ୍ଚାୟତ ଅରଖପାରୀ ଗ୍ରାମ ନିକଟ ୱାର୍ଡ ନମ୍ବର ୧୪ରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଶବଦାହ ଗୃହ ପାଇଁ ସୂଚନା ଫଳକ ନିର୍ମାଣ ହୋଇଛି। କିନ୍ତୁ ଏହି ସୂଚନା ଫଳକକୁ ପଞ୍ଚାୟତର ସରପଞ୍ଚଙ୍କ ସମର୍ଥକମାନେ ଭାଙ୍ଗି ଦେଇଥିବା ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପତ୍ରରେ ଅରଖପାରୀର ରଶ୍ମିତା ସେଠୀ , ଲିଜା କାଣ୍ଡି , ହରେକୃଷ୍ଣ ସେଠୀ , ଅନ୍ନଶ୍ମିତା ସେଠୀ , ପ୍ରତିମା ସେଠୀ , ଶୁକଦେବ ସେଠୀ, ବିକ୍ରମ କାଣ୍ଡି ଆଦିଙ୍କ ଦସ୍ତଖତ ରହିଛି । ଏ ସମ୍ପର୍କରେ ସରପଞ୍ଚ ଚନ୍ଦ୍ରମଣୀ ବେହେରାଙ୍କୁ ପଚାରିବାରୁ ଫଳକ କେଉଁଠି ହୋଇଛି , ଫଳକକୁ କିଏ ଭାଙ୍ଗିଛି, ତାଙ୍କୁ ଜାଣିନାହିଁ | ତାଙ୍କ ବିରୋଧରେ କିଏ ହୀନ ଚକ୍ରାନ୍ତ କରି ବଦନାମ କରୁଛନ୍ତି ବୋଲି କହିଛନ୍ତି। ଏବିଷୟରେ ବିଡ଼ିଓ ନିରଞ୍ଜନ ପରିଡାଙ୍କୁ ପଚାରିବାରୁ ତାଙ୍କ ନିକଟରେ ଅଭିଯୋଗ ହୋଇଛି, କନିଷ୍ଠ ଯନ୍ତ୍ରୀଙ୍କୁ ଘଟଣାର ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


