ଅନିୟମିତତା କାର୍ଯ୍ୟର ତଦନ୍ତ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

ଆରଡି,(ଆଲୋକ ଚନ୍ଦ୍ର ନାୟକ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ପଞ୍ଚାୟତରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅନିୟମିତତା ହୋଇଥିବା ଉପଲବ୍ଧି କରି ସ୍ଥାନୀୟ ଅଧିବାସୀ ଭଦ୍ରକ ଜିଲ୍ଲାପାଳ ଦୀଲିପ ରାଉତରାଏଙ୍କ ନିକଟରେ ଫେରାଦ ହୋଇଛନ୍ତି । ସମସ୍ତ ପ୍ରକଳ୍ପର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଛି । ଏ ସଂକ୍ରାନ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭିଜିଲାନ୍ସ ଏବଂ ଧାମନଗର ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି । ଉକ୍ତ ଦାବିପତ୍ରରେ ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଅନିୟମିତତା ହୋଇଥିଲେ ମଧ୍ୟ ତାହାର ବିଲ କେମିତି ହୋଇଛି ସେ ନେଇ ପ୍ରଶ୍ନ କରାଯାଇଛି। ଧୂଷୁରୀ ମୁରଲୀଧର ସରକାରୀ ଉଚ୍ଚ ବିଦ୍ୟାଳୟରେ ୫ଟି କାର୍ଯ୍ୟ ସରିଥିବା ବେଳେ ପୁନର୍ବାର ମୋ ସ୍କୁଲ ଅଭିଯାନ ( ବିଲ ନମ୍ବର -୪୮/୨୩-୨୪. କେସ ନମ୍ବର -୧୪୯ରୁ ୧୬୧) ସାଢେ ୪ ଲକ୍ଷ ଟଙ୍କାରେ କାର୍ଯ୍ୟ କରାଯାଇ ପୁଣି ବିଲ କରାଯାଇଛି । ସେହିପରି ରାଜ୍ୟ ଅର୍ଥରୁ ଧୂଷୁରୀ ପଶୁ ଚିକିତ୍ସାଳୟ କାର୍ଯ୍ୟାଳୟର ପାରିପାର୍ଶ୍ଵିକ ଉନ୍ନତି ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ବିଲ ରେ ଲେଖାଅଛି ଧୂଷୁରୀ ପଶୁ ଚିକିତ୍ସାଳୟ ପାରିପାର୍ଶ୍ଵିକ ଉନ୍ନତି ( କାର୍ଯ୍ୟ ଆପେକ୍ସ ସ୍କୁଲ )ଯାହାର ବିଲ ନମ୍ବର ୧୨/୨୪-୨୫ ପୃଷ୍ଠା ନମ୍ବର ୨୧-୩୬ ରେ ବିଡ଼ିଓ ଦେଇଥିବା ଅଣ୍ଡରଟେକିଙ୍ଗରେ ଧୂଷୁରୀ ପଶୁ ଚିକିତ୍ସାଳୟ କାର୍ଯ୍ୟାଳୟର ପାରିପାର୍ଶ୍ଵିକ ବିକାଶ କାର୍ଯ୍ୟ ଲେଖାଯାଇ ଦସ୍ତଖତ ହୋଇଛି ଏବଂ ଏହି ଫାଇଲ ରେ କଭର ପେଜର କାର୍ଯ୍ୟର ନାମ ବଦଳାଇ ବିଲ ମଧ୍ୟ ହୋଇ ସାରିଛି କିନ୍ତୁ ଏ ପର୍ଯ୍ୟନ୍ତ ଧୂଷୁରୀ ପଶୁ ଚିକିତ୍ସାଳୟ ପରିସରରେ କୌଣସି ବିକାଶ ମୂଳକ କାର୍ଯ୍ୟ ଦେଖିବାକୁ ମିଳିନାହିଁ। ସେହିପରି ବାହାରବିଲ ବ୍ରାହ୍ମଣପାଳ ବି. ବି. ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଏମ. ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ୫ଟି କାର୍ଯ୍ୟରେ ବ୍ୟାପକ ଅନିୟମିତତା ଏବଂ ମିଥ୍ୟା ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ