ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ଅଭିଯୋଗ : ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,(ଅଳକା ନାଥ ମିଶ୍ର)ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଭ୍ରମରପୁର ଗ୍ରାମରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ହୋଇଥିବା ଜବରଦଖଲ ଉଚ୍ଛେଦ ରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମର କିଛି ଲୋକ ବୁଧବାର  ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।  ଗ୍ରାମରେ ଦୀର୍ଘବର୍ଷ ଧରି ବଡ଼ଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ବହୁ ପରିବାର ରାସ୍ତା ଉପରେ ଜବରଦଖଲ କରି ବାସଗୃହ ଏବଂ ଦୋକାନ ଖୋଲି ବସିଥିଲେ । ଏନେଇ ବହୁବାର ଅଭିଯୋଗ ପରେ ଗତକାଲି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ନେତୃତ୍ଵରେ ତହସିଲ ପ୍ରଶାସନ ଏବଂ ପୁଲିସ  ଉପସ୍ଥିତିରେ ରାସ୍ତାର ଉଭୟ ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା  । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଗରିବ ହିତାଧିକାରୀଙ୍କ ଘରକୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ସେଠାରେ ରହିଥିବା କିଛି ଧନୀ ଓ ରାଜନେତାଙ୍କ ଘରକୁ ଭଙ୍ଗା ନହୋଇ ଛାଡ଼ି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ସ୍ଥାନୀୟ ରାଜସ୍ବ ନୀରିକ୍ଷକ ସୁନିଲ ବେହେରା ଚଞ୍ଚକତା କରି ବଡ଼ ବଡିଆ ଲୋକଙ୍କ ଠାରୁ ଲାଞ୍ଚ ନେଇ ଏଭଳି କାମ କରିଛନ୍ତି ବୋଲି ଗ୍ରାମବାସୀ ମାନେ ସ୍ମାରକପତ୍ର ରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଗ୍ରାମର କିଛି ଲୋକ ଏହାକୁ ନିନ୍ଦା କରି ଦାବି ପ୍ରଦାନ କରିବା ସହ ଅନ୍ଯ ରାଜସ୍ବ ନୀରିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ନଚେତ ଆସନ୍ତା ରଥଯାତ୍ରା ସମୟରେ ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ବାର ସମ୍ଭାବନା ରହିବ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ