ରାସ୍ତା କାର୍ଯ୍ୟ ନିର୍ମାଣରେ ନିମ୍ନମାନର ଅଭିଯୋଗ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଠାରୁ ଶିକର ପାଇ ମୁଖ୍ୟ ରାସ୍ତାରେ ବିଚାଯାଇଥିବା ଫେବର ବକ୍ସ କାର୍ଯ୍ୟ ଅତି ନିମ୍ନମାନର ହୋଇ ଥିବାରୁ ଭାଙ୍ଗିରୁଜି ଯିବା ସହ ରାସ୍ତାରେ ଦବି ଯାଉଛି। କୋଟି କୋଟି ଟଙ୍କା ଖର୍ଚ୍ଚକାରୀ ରାସ୍ତା ପୂର୍ତ୍ତ ବିଭାଗ ନିର୍ମାଣ କରିଥିଲା। ଗତବର୍ଷ କଲ୍ୟାଣସିଂହପୁର ସଦର ମହାକୁମାର ରାସ୍ତାର ଦୁଇ ପାର୍ଶ୍ଵରେ ନିର୍ମାଣ ହୋଇଥିବା ଫେବର ବକ୍ସ କାର୍ଯ୍ୟ ବର୍ଷ ନପୂରୁଣୁ ଭାଙ୍ଗିରୁଜି ଗଲାଣି। ରାସ୍ତା ଦୁଇ ପାର୍ଶ୍ଵରେ ନିମ୍ନମାନର କାର୍ଯ୍ୟକାରୀ ଫେବର ବକ୍ସ ବିଛାଇ ଥିବାରୁ ରାସ୍ତାରେ ଦାବିଗଲାଣି।କେଉଁଠି ରାସ୍ତାରେ ଉପରେ ବିଛା ଯାଇଛି ତ କେଉଁଠି ତଳେ ଯାହା ଫଳରେ ବର୍ଷା ପାଣି ଡ୍ରେନରେ ନିଷ୍କାସନ ନହୋଇ ରାସ୍ତା ଉପରେ ଯମୁଛି ଆଉ କେଉଁଠି ରାସ୍ତା ନାଳ ପାଲଟି ଯାଉଛି।ଏହି ସମସ୍ତ କାର୍ଯ୍ୟ ଯନ୍ତ୍ରୀ ଓ ଠିକାଦାଙ୍କ ଉପସ୍ଥିତ ରେ ହୋଇଥିବାରୁ ଉଭୟଙ୍କ ମିଳିତରେ ନିମ୍ନମାନର କାର୍ଯ୍ୟ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏମିତିକି ରାସ୍ତା ମଧ୍ୟ ନିମ୍ନମାନର ହୋଇଥିବାରୁ କେଉଁଠି ଫାଟି ଆଁ କରିଛି ତ କେଉଁଠି ଖାଲ ହୋଇ ଯାଇଥିବା ଦେଖିବାକୁ ମିଳିଛି।ପ୍ରତିବର୍ଷ ମାର୍ଚ୍ଚ ମାସରେ ରଙ୍ଗ ଦେବା, ଲତାବୁଦା ଘାସ କାଟିବା ଓ ରାସ୍ତାର ମରାମତି କରିବାର ନିୟମ ଥିଲେ ମଧ୍ୟ ଆଜିଯାଏ କରାଯାଇନି। ରାସ୍ତାର ଦୁଇ ପାର୍ଶ୍ଵରେ ଏଫ ୨ ନାମରେ କାଁଭାଁ ମେଟାଲ କଂକ୍ରିଟ କରି ତାରାବରୀଆ ଭାବେ କାର୍ଯ୍ୟକାରୀ ଲକ୍ଷ ଲକ୍ଷ ଟଙ୍କା ଠିକାଦାର ଓ ଯନ୍ତ୍ରୀ ଟଙ୍କା ଉଠାଇ ନେଇହିବା ଅଭିଯୋଗ ହୋଇଛି।ଏଣୁ ରାସ୍ତା ମରାମତି କରିବା ସହ ଫେବର ବକ୍ସ କାର୍ଯ୍ୟ କରିବା ପାଇଁ ସାଧାରଣ ରେ ଦାବି ହୋଇଛି।