ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ବିଡିଓଙ୍କୁ ଲିଖିତ ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ବିଡିଓ ନିରଞ୍ଜନ ପରିଡାଙ୍କୁ ଏକ ଲିଖିତ ଅଭିଯୋଗ ମଙ୍ଗଳବାର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ ବିଦ୍ୟାଳୟରେ ନିର୍ମାଣ କରାଯାଉଥିବା ଶୌଚାଳୟଟି ଅଧାପନ୍ତରିଆ ହୋଇପଡି ରହିଛି। କାର୍ଯ୍ୟ ବାବଦରେ ପଚାରିବାରୁ ଅର୍ଥ ନଥିବାରୁ କାର୍ଯ୍ୟ ଅଧା ରହିଥିବା କହୁଛନ୍ତି। ସେହିପରି ସୌନ୍ଦର୍ଯ୍ୟକରଣ ପାଇଁ ମହାବିଦ୍ୟାଳୟକୁ ଆସିଥିବା ମୁଖ୍ୟ ଫାଟକ କାର୍ଯ୍ୟ କରାଯାଉନାହିଁ। ତୁରନ୍ତ ଉକ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି। ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନିର ଛାତ୍ରଛାତ୍ରୀ ଓମ୍ ପ୍ରକାଶ ବେହୁରା, ସୌଭାଗ୍ୟ ରଂଜନ ଜେନା, ରୁଦ୍ରମାଧବ ସ୍ୱାଇଁ, ସରୋଜ ସ୍ୱାଇଁ ଆଦିଙ୍କ ଶତାଧିକ ସ୍ୱାକ୍ଷରିତ ଏହି ଅଭିଯୋଗ ପତ୍ରକୁ ବିଡିଓଙ୍କୁ ପ୍ରଦାନ କରିଥିଲେ। ଯଥାଶୀଘ୍ର ମହାବିଦ୍ୟାଳୟରେ ଥିବା ସମସ୍ୟାକୁ ସମାଧାନ କରାଯିବ ବୋଲି ବିଡିଓ ପରିଡା ମତବ୍ୟକ୍ତ କରିଛନ୍ତି।