ଗବେଷକ ଡ.ଭରତ ପଣ୍ଡାଙ୍କ ବିୟୋଗରେ ଶୋକସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ବିଶିଷ୍ଟ ଗବେଷକ ଡ.ଭରତ ପଣ୍ଡାଂକ ବିୟୋଗରେ ଶୋକସଭା ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜଗୃହରେ ଅନୁଷ୍ଠିତ ହୋଇଯାଇଛି।ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଉପସ୍ଥିତ ବକ୍ତା ଏହି ଦିବଂଗତ ଡ.ପଣ୍ଡାଂକ ବିଷୟରେ ଆଲୋକପାତ କରିଥିଲେ।ଏହି ସବୁ ବକ୍ତାମାନଙ୍କ ମଧ୍ୟରେ ମହନ୍ତ ରାମାନନ୍ଦଦାସ ମହାରାଜ, ବିନୋଦଚନ୍ଦ୍ର ଜେନା,ଅନାଦି ପାଣିଗ୍ରାହୀ,ଅଶ୍ୱିନୀ କୁମାର ପାଢୀ, ଅଶୋକ ଦାଶ, ନରସିଂହ ଗୌ଼ଡ, ପ୍ରମୋଦ ଚନ୍ଦ୍ର ପାଢୀ,ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ,ପ୍ରସାଦ ନାୟକ,ରମେଶ ପାଣିଗ୍ରାହୀ,ଭାଗବତ ପାଢୀ, ବିଚିତ୍ରାନନ୍ଦ ବେବର୍ତ୍ତା,ଆଶାଲତା ପାଣିଗ୍ରାହୀ,ତ୍ରିପତି ପ୍ରସାଦ ପଣ୍ଡା ଏବଂ ଅମ୍ରିତ ପାଣିଗ୍ରାହୀ ନିଜନିଜର ମନ୍ତବ୍ୟ ରଖିଥିଲେ।