ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ଶୋକ
ନାଉଗାଁ (ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବେଣାପଡା ଗ୍ରାମର ଶରତ ଚନ୍ଦ୍ର ମହାନ୍ତି (୮୫)ଙ୍କର ରବିବାର ସକାଳ ସମୟରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁତ୍ର, ବୋହୁ ତିନି ଝିଅ ଜ୍ୱାଇଁ ତଥା ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କ ପାର୍ଥିବ ଶରୀରକୁ ଗାଁ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ବଡ଼ ପୁଅ ସଂଜୀବ ମହାନ୍ତି ମୁଖାଗ୍ନୀ ଦେଇଥିବା ବେଳେ ଅଲଣାହାଟ ହାଇସ୍କୁଲର ଆଲୁମିନି କମିଟି ର ସଭାପତି ପ୍ରକାଶ ରାୟ ସେକ୍ରେଟାରୀ ବିରଞ୍ଚି ନାରାୟଣ ମିଶ୍ର ପୂର୍ବତନ ସଭାପତି ରବୀନ୍ଦ୍ର ପଟ୍ଟନାୟକ , ସମାଜସେବୀ ଦେବାଶିଷ ରାୟ,ଆଇନଜୀବୀ ପ୍ରମୋଦ ସ୍ୱାମୀ , ଅଲଣାହାଟ ହାଇସ୍କୁଲର ପୁରାତନ ଛାତ୍ର ସଦସ୍ୟମାନେ ଶେଷ ଦର୍ଶନ କରି ଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ପରୋପକାରୀ, ମିଷ୍ଟଭାଷୀ, ସମାଜସେବୀ, ଧର୍ମପରାୟଣ ଭାବେ ବେଶ ଜଣା ଶୁଣାଥିଲେ । ତାଙ୍କ ବିୟୋଗରେ ବାବା ସତ୍ୟାନନ୍ଦ ଦାସ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଅଲଣାହାଟ ଆଲୁମିନି କମିଟିର ସମସ୍ତ ସଦସ୍ୟ ଶୋକ ବ୍ୟକ୍ତ କରିଛନ୍ତି |