କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ପୂର୍ବତନ ସମ୍ପାଦକଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ପୂର୍ବତନ ସମ୍ପାଦକ ଯୁଧଷ୍ଠିିର ଜେନାଙ୍କ ଇଛାପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ବିୟୋଗ ହୋଇଯାଇଛି। ଏହି ଦୁଃଖଦ ଖବର ପାଇବା ପରେ ଅର୍ବାନ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତ ଜେନା ଗତ୧.୦୭.୧୯୮୯ ରୁ ୧୬.୧୦. ୧୯୯୦ ପର୍ଯ୍ୟନ୍ତ ଅର୍ବାନ ବ୍ୟାଙ୍କର ସମ୍ପାଦକ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ବ୍ୟାଙ୍କର ବହୁ ଉନ୍ନତି ହୋଇପାରିଥିଲା। ବ୍ୟାଙ୍କ ସଭାପତି ଗୁରୁପ୍ରସାଦ ମହାନ୍ତି ଦିଲ୍ଲୀରେ ଏକ ଜରୁରୀ କାର୍ଯ୍ୟରେ ଥିବାବେଳେ ଏହି ଦୁଃଖଦ ଖବର ପାଇ ସ୍ୱର୍ଗତ ଜେନାଙ୍କ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରି ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଅର୍ବାନବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶୋକସଭାରେ ରାଜୀବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ହିମାଂଶୁଶେଖର ଲେଙ୍କା, ଲଲାଟେନ୍ଦୁ କେଶରୀ ଦାସ, ଭଞ୍ଜକିଶୋର ଜେନା, ସୁକାନ୍ତ କୁମାର କର, ଆଦିତ୍ୟ କୁମାର ଶତପଥୀ, ସଙ୍ଗୀତା ନାୟକ, ଅରବିନ୍ଦ ସ୍ୱାଇଁ, ସନ୍ତୋଷ କୁମାର ରାଉତ ପ୍ରମୁଖ ସ୍ୱର୍ଗତ ଜେନାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରିବା ସହ ତାଙ୍କ ପରିବାର ପରିଜନଙ୍କୁ ସମବେଦନା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ