ହିମାଂଶୁ ଶେଖର ମହାନ୍ତିଙ୍କ ବିୟୋଗରେ ଶୋକ
ନାଉଗାଁ , (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ହିମାଂଶୁ ଶେଖର ମହାନ୍ତି (୭୦)ଙ୍କର ବୁଧବାର କଟକର ଏକ ଘରୋଇ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ | ସେ ଥିଲେ ଜଣେ ପରୋପକାରୀ, ମିଷ୍ଟଭାଷୀ,ଈଶ୍ୱର ବିଶ୍ୱାସୀ , ଧର୍ମପରାୟଣ ବ୍ୟକ୍ତି | ତାଙ୍କର ବିୟୋଗରେ ଅଲଣାହାଟ ହାଇସ୍କୁଲର ଆଲୁମିନି କମିଟିର ସଭାପତି ପ୍ରକାଶ ରାୟ ,ରବୀନ୍ଦ୍ର ପଟ୍ଟନାୟକ , ରାଜକିଶୋର ମହାନ୍ତି , ଇଂ ଅକ୍ଷୟ ସାହାଣୀ , ନବକିଶୋର ମହାନ୍ତି , ଡ଼ା ସର୍ବେଶ୍ୱର ପରିଡା , ଡ଼ା ରାଖାଲ ରାୟ, ବଂଶୀଧର ବେହେରା, ଆଇନଜୀବୀ ପ୍ରମୋଦ ସ୍ୱାମୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି | ତାଙ୍କର ପାର୍ଥିବ ଶରୀରପଦ୍ମପୁର ଗ୍ରାମରେ ପହଞ୍ଚିଲା ବେଳେ ଗ୍ରାମ ଶୋକାକୁଳ ପରିବେଶ ହୋଇଥିଲା | ତାଙ୍କର ଶେଷ ଦର୍ଶନ ପାଇଁ ବନ୍ଧୁବାନ୍ଧବ , ପରିବାର ବର୍ଗ ଉପସ୍ଥିତ ଥିଲେ | ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିବା ବେଳେ ଏକମାତ୍ର ପୁଅ ଶୀତେଶ ମହାନ୍ତି ମୁଖାଗ୍ନି ଦେଇଥିଲେ |


