ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗରେ ଶୋକ

ଆସିକା ତା  (ୱାଇଏନ୍‍ଏସ୍‍) ଆସିକା ଏନ୍‍ଏସି ଅଧୀନସ୍ଥ ୫ ନମ୍ବର ୱାର୍ଡର ହାଟପଦା ଅଞ୍ଚଳର ବାସିନ୍ଦା ତଥା ପରୋପକାରୀ ମହିଳା ନୁର୍‍ଜାହାଁ ବେଗମ୍‍ (ବୟସ ପ୍ରାୟ ୭୬ ବର୍ଷ)ଙ୍କର ମଙ୍ଗଳବାର ଅପରାହ୍ନରେ ଅସୁସ୍ଥତା ଜନିତ ଦେହାନ୍ତ ହୋଇଯାଇଛି । ଆସିକା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ମୁନାଫ୍‍ ସରିଫ୍‍ଙ୍କ ମାତା ସ୍ୱର୍ଗତା ନୁର୍‍ଜାହାଁ ବେଗମ୍‍ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, ଅମାୟିକ ବ୍ୟକ୍ତି ରୂପେ ପରିଚିତା ଥିବାରୁ ତାଙ୍କର ବିୟୋଗରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଆସିକାର ବରିଷ୍ଠ ସାମ୍ବାଦିକ ମୁନାଫ୍‍ ସରିଫ୍‍ଙ୍କ ମାତା ନୁର୍‍ଜାହାଁ ବେଗମ୍‍ଙ୍କ ବିୟୋଗରେ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ଗଞ୍ଜାମ ଜୋନ୍‍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ ଓ କେ.ବ୍ରହ୍ମାନନ୍ଦ ରାଓ, ଓଡିଶା ଅମଲା ସଂଘର ରାଜ୍ୟ ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ଏନ୍‍ଏସିର ପୂର୍ବତନ କାଉନସିଲର ଏମ୍‍.ତାରିଣୀ ସେନାପତି, ରବିନ୍ଦ୍ର ନାଥ ପୋଲାଇ, ରଶ୍ମିତା ସେନାପତି, କୈଳାଶ ଚନ୍ଦ୍ର ପ୍ରଧାନ, ଆସିକା ପ୍ରେସ୍‍କ୍ଳବର ସଭାପତି ସତ୍ୟନାରାୟଣ ରଥ, ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ, ସରୋଜ କୁମାର ଦାଶ, ସନ୍ତୋଷ କୁମାର ମିଶ୍ର, ଆଇନଜୀବୀ ମହେଶ୍ୱର ବେହେରା, ସମାଜସେବୀ ସେହେନୱାଜ୍‍ ହୁସେନ୍‍, ଶେଖ୍‍ ଅସରଫ୍‍, ୱାଲି ମହମ୍ମଦ, ଶେଖ୍‍ ଆସଲାମ୍‍, ହୁସେନ୍‍ ସରିଫ୍‍, ସୟଦ୍‍ ଇମିତିଆଜ୍‍, ମହମ୍ମଦ୍‍ ଇକ୍‍ବାଲ୍‍, ସୟଦ ୱାଜିର୍‍, ତାଜୁଦ୍ଦିନ୍‍ ସାରିଫ୍‍, ସାଜିଦ୍‍ ରାଜା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । ପରୋପକାରୀ ମହିଳା ନୁର୍‍ଜାହାଁ ବେଗମ୍‍ଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଯନାବ୍‍ ମୁନାଫ୍‍ ସରିଫ୍‍, ଯନାବ୍‍ ଆଲ୍‍ତାଫ୍‍ ସରିଫ, ଯନାବ୍‍ ମେହେମ୍ମୁଦ ସରିଫ୍‍, ଯନାବ୍‍ ହନିଫ୍‍ ସରିଫ୍‍, କନ୍ୟା ମୁନିରା ବେଗମ୍‍ଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ