ଜିଏସଟି ସୁଧାର ଓ ଉପକାରୀତା ଉପରେ ସମ୍ମିଳନୀ

ବାଲେଶ୍ବର(ସରୋଜ ପଣ୍ଡା):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ଜିଏସଟି ସୁଧାର ପରିପ୍ରେକ୍ଷୀରେ ଆଜି ବାଲେଶ୍ଵର ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦ୍ଵାରା ଆୟୋଜିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀକୁ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ପରିଚାଳନା କରିଥିଲେ, ଜିଲ୍ଲା ଜିଏସଟି ଟୋଲିର ସଂଯୋଜକ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସାମ୍ବାଦିକଙ୍କୁ ସମ୍ବୋଧିତ କରି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସର୍ବପ୍ରଥମେ ଜିଲ୍ଲା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ ତାଙ୍କ ବ୍ୟକ୍ତବ୍ଯରେ କହିଥିଲେ ଦେଶରେ ଜିଏସଟି ପ୍ରଥମଥର ପ୍ରଚଳିତ ହେବା ପୁର୍ବରୁ ଟିକସ୍ ବ୍ୟବସ୍ଥା ଅନେକ ପର୍ଯ୍ୟାୟରେ ଓ ଜଟିଳ ଥିଲା, ଫଳରେ କାରଖାନାରୁ ଉତ୍ପାଦ  ସିଧାସଳଖ ଦୋକାନୀମାନଙ୍କ ପାଖରେ ପହଞ୍ଚାଇବାକୁ ଅନେକ ଜଟିଳ, ସମୟସାପେକ୍ଷ ଓ ବ୍ୟୟବହୁଳ ଥିଲା। ସମସ୍ତ ରାଜ୍ୟଙ୍କୁ ବିଶ୍ବାସକୁ ନେଇ ଜିଏସଟି ପ୍ରଚଳିତ ହେବା ପାଖରୁ ସମୟାନୁକ୍ରମେ ଏହାର ସୁଧାର ହୋଇଆସୁଛି। ସବୁଠାରୁ ଯୁଗାନ୍ତକାରୀ ପଦକ୍ଷେପ ମୋଦିଜୀଙ୍କ ଏଥରର ସୁଧାର। ଟିକସ ସ୍ଥର ମୁଖ୍ୟତଃ ଦୁଇ ପର୍ଯ୍ୟାୟରେ, ଟିକସ ଦରରେ ବ୍ୟାପକ ହ୍ରାସ କରିବା ସହିତ ଅନେକ ଉତ୍ପାଦକୁ ଶୁନ୍ୟ ଟିକସ କରିଛନ୍ତି। ଅନେକ ଦୈନନ୍ଦିନର ଜିନିଷ ସହିତ ଶିକ୍ଷା ସାମଗ୍ରୀ ସହିତ ସ୍ବାସ୍ଥ୍ୟ ବୀମାକୁ ଟିକସ ମୁକ୍ତ କରିଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଅନେକ ଲାଭଦାୟକ ହେବ। ‎ ଏହା ଫଳରେ ସାଧାରଣ ଲୋକଙ୍କର ବିପୁଳ ଆର୍ଥିକ ସଞ୍ଚୟ ହେବ, କ୍ରୟ କ୍ଷମତା ବଢିବ, ଉଚ୍ଚ ଚୟନ କ୍ଷମତା ବଢ଼ିବ। ଏହାକୁ ସାମଗ୍ରୀକ ବିବେଚନା କଲେ ଏଥରେ ସମସ୍ତେ ଲାଭବାନ ହେବେ ଓ ବାଣିଜ୍ୟିକ ବଜାର ଚଳଚଞ୍ଚଳ ରହିବ।  ଜିଏସଟି ସୁଧାର ବାବଦରେ ସାଧାରଣ ଲୋକଙ୍କୁ ହେଉଥିବା ଭାଭ ବିଷୟରେ ବ୍ୟାପକ ପ୍ରଚାରପ୍ରସାର କରିବା ପାଇଁ ଉପସ୍ଥିତ ଗଣମାଧ୍ୟମର ବନ୍ଧୁ ମାନଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରା, ସଦର ବିଧାୟକ ମାନସ କୁମାର ଦତ୍ତ, ଜିଏସଟି ଟୋଲି ସଦସ୍ୟ ଶୁଭଙ୍କର ମହାପାତ୍ର, ଭଗବାନ ଗୁପ୍ତା, ରାଜ୍ୟ ପେନାଲିଷ୍ଟି ବିଭୁପଦ ଦାସ ମଞ୍ଚାସୀନ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ