ୟୁନାଇଟେଡ଼ ଟିଚର୍ ଗ୍ରୁପ୍ ପକ୍ଷରୁ ସମ୍ବର୍ଦ୍ଧନା
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ୟୁନାଇଟେଡ଼ ଟିଚର୍ ଗୃପ୍ ପକ୍ଷରୁ ଶୁଦ୍ଧକଣ୍ଠିସ୍ଥିତ ହରେକୃଷ୍ଣ ଉ.ପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚ୍ଚିନ୍ଦ୍ର କୁମାର ବିଶୋଇ ଏବଂ ଦହିପାଳସ୍ଥିତ ବି.ଏନ୍. ଉ.ପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳସ ଚନ୍ଦ୍ର ସେଠୀଙ୍କୁ ଅଳକା ନଦୀ ତୀରରେ ଥିବା ବେଲବଣ ପୀଠ ପରିସରରେ ବିଦାୟକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନାଉଗାଁ ମଣ୍ଡଳ ୟୁନାଇଟେଡ଼ ଶିକ୍ଷକ ସଙ୍ଘର ସଭାପତି ଶାରଦା ପ୍ରସନ ଓଝାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷକ ଅକ୍ଷୟ କୁମାର ମହାନ୍ତି, ତପନ କୁମାର ପ୍ରଧାନ, ପିତାମ୍ଵର ପରିଡ଼ା, ରଶ୍ମିରଞନ ମଲ୍ଲିକ, ସମୀର କୁମାର ଦାସ, ସୂର୍ୟ୍ୟକାନ୍ତ ସ୍ଵାଇଁ, କାଶୀନାଥ ବେହେରା, ରୁଦ୍ରପ୍ରସାଦ ସ୍ଵାଇଁ, ସୂଜିତ୍ କୁମାର ସ୍ଵାଇଁ, ପ୍ରଭାତ କୁମାର ସ୍ଵାଇଁ, ହିମାଂଶୁ ଭୂଷଣ ବିଶ୍ଵାଳ, ନାଉଗାଁ ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘର ସଭାପତି ଆଶୁତୋଷ ପାଢୀ ,ଅଶୋକ କୁମାର ଦାସ, ଏନ.ପି.ଏସ ସଂଘର ସମ୍ପାଦକ ଶରତ ଚନ୍ଦ୍ର ରାଉତ, ଜିତେନ୍ଦ୍ର କୁମାର ସେଠୀ, ଶ୍ୟାମସୁନ୍ଦର ସିଂହ, ମନୋରଞ୍ଜନ ଦାସ, ଲକ୍ଷ୍ମୀଧର ବେହେରା, ପ୍ରଦୀପ କୁମାର ସ୍ଵାଇଁ, ବିଶ୍ଵରଞନ ରାଉତ, ଫକିର କୁମାର ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ କ୍ଷ ବିଦାୟୀକାଳୀନ ସମ୍ଵର୍ଦ୍ଧନା ଉତ୍ସବରେ ଉଭୟ ଶିକ୍ଷକଙ୍କୁ ପୁଷ୍ପମାଲ୍ୟ, ଉପଢୌକନ, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।


