ଓଏଏସ ପାଇଥିବା ଅଭିଜିତ୍‌ଙ୍କୁ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ୨୦୨୩ ଓଡିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାରେ ୧୫୩ ର‌୍ୟାଙ୍କ ରଖିଥିବା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଗୋହିରା ଗ୍ରାମର ଅଭିଜିତ୍ ଜୟପ୍ରକାଶ ପ୍ରଧାନଙ୍କୁ ଆଜି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି ବନ୍ତସ୍ଥିତ ବାସଭବନରେ ଭେଟି ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଅଭିଜିତ୍ ହେଉଛନ୍ତି ବାରିକପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ରମେଶ ଚନ୍ଦ୍ର ପ୍ରଧାନ ଏବଂ ନିଳୋକସ୍ଥିତ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳୀ ରାଉତଙ୍କ ଜ୍ୟୋଷ୍ଠ ପୁତ୍ର । ସେ ବନ୍ତ ସରସ୍ୱତୀ ଶିଶୁ ମନ୍ଦିରର ପୁରାତନ ଛାତ୍ର ଅଟନ୍ତି । ବର୍ତ୍ତମାନ ସେ ସଚିବାଳୟରେ ଆଇନ ବିଭାଗର ସହକାରୀ ସେକ୍ସନ ଅଫିସର(ଏ.ଏସ.ଓ) ଭାବେ କାର୍ଯ୍ୟରତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ