ଯୁବମୋର୍ଚ୍ଚା ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଅଜିତ୍‍ଙ୍କୁ ଶୁଭେଚ୍ଛା

ଆସିକା  (ୱାଇଏନ୍‍ଏସ୍‍) :ସବୁ କଳ୍ପନାଜଳ୍ପନାର ଅଙ୍କ ଶେଷ ହୋଇ ଶେଷରେ ଯୁବମୋର୍ଚ୍ଚା ଘୁମୁସର (ଆସିକା) ସାଙ୍ଗଠନିକ ଜିଲ୍ଲାର ସଭାପତି ରୂପେ ସୁସଂଗଠକ ଅଜିତ୍‍ ପଣ୍ଡା ନିଯୁକ୍ତି ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ଘୁମୁସର (ଆସିକା) ସାଙ୍ଗଠନିକ ଜିଲ୍ଲାର ସଭାପତି ରୂପେ ସୁସଂଗଠକ ତଥା ଦଳର ଶୃଙ୍ଖଳିତ କର୍ମୀ ଅଜିତ୍‍ ପଣ୍ଡାଙ୍କୁ ମନୋନୀତ କରାଯାଇଥିବାରୁ ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ପରିଲକ୍ଷିତ ହେଉଛି । ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ଜୀବନରୁ ଜନସେବା ଓ ରାଜନୀତି କରିବା କ୍ଷେତ୍ରରେ ସଂପୁର୍ଣ୍ଣ ସକ୍ରିୟ ଥିବା ଯୁବମୋର୍ଚ୍ଚା ଘୁମୁସର (ଆସିକା) ସାଙ୍ଗଠନିକ ଜିଲ୍ଲାର ନବନିଯୁକ୍ତ ସଭାପତି ଅଜିତ୍‍ ପଣ୍ଡାଙ୍କ ନେତୃତ୍ୱରେ ସଂଗଠନ ଆହୁରି ସୁଦୃଢ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ